୯/୧୧ ଆକ୍ରମଣ ଭଳି ଆକ୍ରମଣରେ ଫସାଇବାକୁ ଚାଲିଛି ଷଡ଼ଯନ୍ତ୍ର: ଆମେରିକା ଉପରେ ଇରାନର ବଡ଼ ଅଭିଯୋଗ

NEWS7
union-budget-2025-26-focus-on-women-youth-farmer-and-poverty--

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ଯୁଦ୍ଧ ମଧ୍ୟରେ ଇରାନ ବଡ଼ ଅଭିଯୋଗ କରିଛି। ତେହରାନ ପକ୍ଷରୁ କୁହାଯାଇଛି ଯେ, ଏପଷ୍ଟିନଙ୍କ ବନ୍ଧୁ ଆମେରିକାରେ ୯/୧୧ ଭଳି ଆକ୍ରମଣ କରିପାରନ୍ତି। ଆଉ ଏହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରାଯାଇପାରେ। ରବିବାର ଇରାନର ପୂର୍ବତନ ସୁପ୍ରିମ ଲିଡର ଅଲୀ ଖାମେନେଇଙ୍କ ପ୍ରମୁଖ ପରାମର୍ଶଦାତା ଅଲି ଲାରିଜାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜେ ଏକଥା ରଖିଛନ୍ତି।

ସୂଚନାଥାଉକି, ଇରାନ ପକ୍ଷରୁ ଏହି ଦାବି ଏଭଳି ସମୟରେ କରାଯାଉଛି, ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ସେନା ଲଗାତାର ଇରାନ ଉପରେ ବୋମା ବର୍ଷଣ କରୁଛନ୍ତି। ପାଲଟା ଆକ୍ରମଣ କରି ଇରାନ ମଧ୍ୟ ଲଗାତାର ଉପସାଗରୀୟ ଦେଶ ଉପରେ ଆକ୍ରମଣ କରୁଛି। ଫଳରେ ସପ୍ତାହକରେ ଯୁଦ୍ଧ ଜିତିବାକୁ ଆଶା ରଖିଥିବା ଆମେରିକା ଏବେ ଅଡ଼ୁଆ ବଢ଼ିଛି। ଏମିତିରେ ବିଶେଷଜ୍ଞଙ୍କ ଅନୁସାରେ, ଆମେରିକା କୌଣସି ବଡ଼ ଆକ୍ରମଣ କରିପାରେ।

ଉଲ୍ଲେଖଯୋଗ୍ୟ, ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲାରିଜାନୀ ଲଗାତାର ଆମେରିକା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଟାର୍ଗେଟ କରିଆସୁଛନ୍ତି। ଟ୍ରମ୍ପଙ୍କୁ ଏପଷ୍ଟିନଙ୍କ ଘନିଷ୍ଠ ବନ୍ଧୁ ବୋଲି କହୁଥିବା ଲାରିଜାନୀ କୁଦସ ପରେଡ ସମୟରେ ଆମେରିକା ଜନତାଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଇରାନ ନେତା ଜନତାଙ୍କ ସାଥିରେ ରୁହନ୍ତି। କିନ୍ତୁ ଆମେରିକା ନେତା ଏପଷ୍ଟିନ ଆଇଲ୍ୟାଣ୍ଡରେ।

ପ୍ରକୃତରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁ ଆମେରିକାର କୁଖ୍ୟାତ ଜେଫ୍ରି ଏପଷ୍ଟିନ ଫାଇଲରେ ଅନେକ ଥର ସାମନାକୁ ଆସିଛି। ଯାହା ପରେ ତାଙ୍କ ଉପରେ ଅନେକ ପ୍ରକାରର ଅଭିଯୋଗ ଲାଗିଛି। ଟ୍ରମ୍ପଙ୍କ ବିରୋଧୀ ଅନେକ ଲୋକଙ୍କ କହିବା ଅନୁସାରେ, ଟ୍ରମ୍ପ ଏପଷ୍ଟିନ ଫାଇଲ୍ସ ଯୋଗୁ ଜନତାଙ୍କ ଧ୍ୟାନ ହଟାଇବାକୁ ଭେନେଜୁଏଲା ଏବଂ ଇରାନ ଉପରେ ଆକ୍ରମଣ ରଣନୀତି ଆପଣାଇଛନ୍ତି। ଅବଶ୍ୟ ଟ୍ରମ୍ପ ଅନେକ ଥର ଏପଷ୍ଟିନ ସହ ନିଜର ଖାସ ସଂପର୍କକୁ ଅସ୍ବୀକାର କରିଛନ୍ତି ଏମିତିକି ଏପଷ୍ଟିନ ଆଇଲାଣ୍ଡ୍ ଯିବା କଥା ମଧ୍ୟ ଅଗ୍ରାହ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯଦି ନେତାନ୍ୟାହୁ ବଞ୍ଚିଛନ୍ତି ତାହେଲେ...ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଇରାନର ଧମକ