ଚାନ୍ଦବାଲି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ବିରୋଧୀ କହିଲେ- ସରକାରଙ୍କ କୌଣସି କଥାକୁ ନିଘା ନାହିଁ

NEWS7
unfounded-misrepresents-facts-saif-bangladesh-on-indias-remark-on-hindu-monk-chinmoy-krishna

ଭୁବନେଶ୍ବର ୨୪।୧୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଯେଉଁଠି ଯେଉଁଠି ଏଭଳି ସମସ୍ୟା ପୋଲିସ ପାଖକୁ ଆସୁଛି, ତ୍ୱରିତ ବେଗରେ ଦୋଷୀ ଗିରଫ ହେଉଛନ୍ତି । ମୁଁ ଆଶା ରଖିବି ଦୋଷୀକୁ ତ ଆମେ ଗିରଫ କରିବୁ କିନ୍ତୁ ଏଭଳି ଘଟଣା ସମାଜରେ ଆଉ ନହେଉ । କେବଳ ସରକାରର ନୁହେଁ ସମାଜର ବି ଦାୟିତ୍ୱ ଅଛି । ଭାଗିଦାରୀ କରି ଝିଅମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ ରୋକିବାକୁ ପଡିବ । ଏବେ ସରକାରଙ୍କର ବଡ଼ ଦାୟିତ୍ୱ ହେଉଛି ତ୍ୱରିତ ବେଗରେ ଆକ୍ସନ । ପୋଲିସ ଏବଂ ଆଇନ ତା ବାଟରେ ଯିବ, ଯାହା ଆବଶ୍ୟକତା ତାହା କରାଯିବ । ଯିଏ ଦୋଷୀ ତା ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ ତା କାମ କରିବା ପାଇଁ ଯାହା ସହଯୋଗ ଦରକାର ତାହା କରାଯାଉଛି । ମହିଳା କମିଶନର ସଦସ୍ୟା ନ୍ୟାୟିକ ତଦନ୍ତ କରିବେ । ଏ କ୍ଷେତ୍ରରେ ସରକାରର ଦାୟିତ୍ୱ ନେଇ ପ୍ରଶ୍ନ ନହେବା କଥା ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।

ସେପଟେ, ଚାନ୍ଦବାଲି ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି । ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ସବୁ ଦିନେ ଗୋଟିଏ ଘଟଣା ଘଟୁଛି । ସରକାର କାହା କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ସରକାର କହୁଛନ୍ତି ଯାହା ହେଉ ପଛେ ଆମେ କ୍ଷମତାରେ ରହିବୁ । ଏ କଥା କ’ଣ ମୁଖ୍ୟମନ୍ତ୍ରୀ ଜାଣୁ ନାହାନ୍ତି । ସରକାରଙ୍କ କୌଣସି କଥାକୁ ନିଘା ନାହିଁ । ସରକାର ଲୋକଙ୍କୁ ଉପରେ ଅତ୍ୟାଚାର କରି ଶୋଷଣ କରି ସରକାରରେ ରହିବାକୁ ଚେଷ୍ଟା କରୁଛନ୍ତି । ମହିଳା, ଶିଶୁ, ଛାତ୍ରଛାତ୍ରୀ ଓ କୃଷକ କେହି ସୁରକ୍ଷିତ ନୁହଁନ୍ତି । ଉପ ମୁଖ୍ୟମନ୍ତ୍ରୀ ପାରମ୍ପରିକ ଭାଷା କହୁଛନ୍ତି । ସବୁ କଥାରେ ତୁରନ୍ତ ଆକ୍ସନ ନିଆଯାଇଛି କହୁଛନ୍ତି । ହେଲେ କ’ଣ ଆକ୍ସନ ନେଉଛନ୍ତି । ହୋମ୍ ଡିପାର୍ଟମେଣ୍ଟ ସମ୍ପୂର୍ଣ୍ଣ ଫେଲ୍ । ବିଭାଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆୟତ ନାହିଁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।