ରାୟପୁରରେ ଭୁଶୁଡିଲା ନିର୍ମାଣାଧୀନ ବିଲ୍ଡିଂ, ୨ ମୃତ

Published By : Prameya-News7 Bureau | January 11, 2025 IST

ରାୟପୁର୧୧।୧: ଛତିଶଗଡ଼ ରାଜଧାନୀ ରାୟପୁରରେ ଶନିବାର ଏକ ନିର୍ମାଣାଧୀନ ବିଲ୍ଡିଂ ଭୁଶୁଡି ପଡିଛି। ଦୁର୍ଘଟଣାକୁ ନେଇ ଏ ପର୍ଯ୍ୟନ୍ତ ମିଳୁଥିବା ସୂଚନା ଅନୁସାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକର ଅବସ୍ଥା ଗୁରୁତର ରହିଛି। ଆହତ ଲୋକଙ୍କ ଉଚିତ ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ଉଦ୍ଧାର ଅଭିଯାନ ଚଳା ଯାଇଥିବା ବେଳେ ଭଗ୍ନାବଶେଷ ହଟା ଯାଉଛି। ବିଳମ୍ବିତ ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ ବିଲ୍ଡିଂର ଗୋଟିଏ ପାର୍ଶ୍ୱ ଭୁଶୁଡି ପଡିଛି। 


ଦୁର୍ଘଟଣାକୁ ନେଇ ରାୟପୁର ଏଏସପି ଲାଖନ ପଟେଲ କହିଛନ୍ତି ଯେ ନିର୍ମାଣାଧୀନ ବିଲ୍ଡିଂର ଗୋଟିଏ ପଟ ଭୁଶୁଡିଛି। ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଭଗ୍ନାବଶେଷ ତଳୁ ଲୋକଙ୍କୁ ଖୋଜା ଯାଉଛି। ଏଣୁ ଭାଙ୍ଗିପଡିଥିବା ଅଂଶକୁ ହଟା ଯାଉଛି। ରାୟପୁର କଲେକ୍ଟର ଗୌରବ ସିଂହ ମଧ୍ୟ ଏହି ସମାନ ସୂଚନା ଦେଇଛନ୍ତି। ଆହତଙ୍କୁ ହସ୍ପିଟାଲ ପଠାଯାଇଛି। ଉଚିତ ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.