ବାଲିଯାତ୍ରା ୨୦୨୫
LIVE TV

ୟୁରୋପ ମାର୍କେଟ୍ କବ୍ଜା କରିବା ଲକ୍ଷ୍ୟରେ ଭାରତୀୟ ଟିଭିଏସ ମୋଟର କମ୍ପାନୀ

NEWS7
uncle-nephew-gang-raped-a-woman-from-haryana-in-mathura

ନୂଆଦିଲ୍ଲୀ: ୟୁରୋପର ଅଧିକରୁ ଅଧିକ ମାର୍କେଟ୍‌ରେ ବ୍ୟବସାୟ ବିସ୍ତାର କରିବାକୁ ଚାହୁଁଛି ଭାରତର ଟିଭିଏସ ମୋଟର କମ୍ପାନୀ। ବିଶ୍ୱ ସ୍ତରରେ ଉପସ୍ଥିତି ଜାହିର କରିବା ପାଇଁ କମ୍ପାନୀ ୟୁରୋପ ମାର୍କେଟ୍ କବ୍ଜା କରିବାକୁ ଉଦ୍ୟମ ଆରମ୍ଭ କରିଛି। ପୂର୍ବରୁ କିଛି ୟୁରୋପୀୟ କମ୍ପାନୀରେ ଟିଭିଏସ ମୋଟର ପ୍ରଡକ୍ଟ ବିକ୍ରି କରୁଥିବା ବେଳେ ଏବେ ସ୍ପେନ ଓ ପର୍ତ୍ତୁଗାଲରେ ମାର୍କେଟ୍‌ରେ ଏଣ୍ଟ୍ରି କରିବାକୁ ଉଦ୍ୟମ ଚଳାଇଛି ବୋଲି ଏହାର ସିଇଓ ସୁଦର୍ଶନ ବେଣୁ ସୂଚନା ଦେଇଛନ୍ତି।

ପିଟିଆଇକୁ ଏକ ସାକ୍ଷାତ୍‌କାର ଦେଇ ସୁଦର୍ଶନ କହିଛନ୍ତି ଏଠାରେ ଅନୁଷ୍ଠିତ ବିଶ୍ୱ ଦୁଇ ଚକିଆ ପ୍ରଦର୍ଶନୀ EICMA 2025ରେ ICE ଏବଂ ଇଲେକ୍ଟ୍ରିକ୍ ପାୱାରଟ୍ରେନ୍‌ରେ ୬ଟି ନୂଆ ଉତ୍ପାଦ ଉନ୍ମୋଚନ କରି ପ୍ରଥମ ଥର ପାଇଁ ଆମ କମ୍ପାନୀ ନିଜର ପରିଚୟ ସୃଷ୍ଟି କରିଛି। ତେଣୁ ଏଠାରେ ବ୍ୟବସାୟ ବିସ୍ତାର କରି ଔଦ୍ୟୋଗିକ ବଜାରକୁ ପ୍ରବେଶ କରିବାର ସମୟ ଆସି ଯାଇଛି ବୋଲି ସିଇଓ କହିଛନ୍ତି।

କମ୍ପାନୀ ୟୁରୋପ ମାର୍କେଟ୍‌କୁ ଗୁରୁତ୍ୱ ଦେଉଛି କି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି “ମୁଁ ଭାବୁଛି ଏହା ଶିଳ୍ପାୟନ ବଜାର ଆଡ଼କୁ ଟିଭିଏସର ପ୍ରଗତି ଏକ ଆରମ୍ଭ। ସାଧାରଣତଃ, ଆମେ ଉଦୀୟମାନ ବଜାର ଉପରେ ଅଧିକ ଧ୍ୟାନ ଦେଉଛୁ। ”

EICMA ୨୦୨୫ରେ, କମ୍ପାନୀ ଏହାର ସୁପରସ୍ପୋର୍ଟ ବାଇକ୍-TVS Tangent RR Concept, ଇଲେକ୍ଟ୍ରିକ୍ ମୋଟରସାଇକେଲ୍ TVS eFX three O ଏବଂ କମ୍ପାନୀର ପ୍ରଥମ ଇଲେକ୍ଟ୍ରିକ୍ ମ୍ୟାକ୍ସି ସ୍କୁଟର  TVS M1-S, ନୂଆ ଆଡଭେଞ୍ଚର୍ ଟୁରର୍ ବାଇକ୍ TVS Apache RTX 300, ଇଲେକ୍ଟ୍ରିକ ବାଇକ ଟିଭିଏସ ଏକ୍ସ ଏବଂ ଟିଭିଏସ୍ ଆର୍‌ଟିଆ ହାଇପରଷ୍ଟଣ୍ଟ କନସେପ୍ଟ ପ୍ରଦର୍ଶନ କରିଥିଲା। TVS Apache RTX 300 ୨୦୨୬ର ପ୍ରଥମ ତ୍ରୈମାସିକରେ ୟୁରୋପରେ ଲଞ୍ଚ କରିବାର ଯୋଜନ ରଖିଛି କମ୍ପାନୀ।

ୟୁରୋପରେ ବ୍ୟବସାୟ ବିସ୍ତାର କରିବା ନେଇ ସୁଦର୍ଶନ ବେଣୁ କହିଛନ୍ତି “ଆମେ ଇଟାଲୀରୁ ଆରମ୍ଭ କରିଛୁ, ଏବଂ ଆମେ ସ୍ପେନ ଏବଂ ପର୍ତ୍ତୁଗାଲ ଭଳି ଅନ୍ୟ କିଛି ବଜାରକୁ ମଧ୍ୟ ବିସ୍ତାର କରିବୁ।”

ଟିଭିଏସ୍ ୟୁରୋପ ସମେତ ଲାଟିନ୍ ଆମେରିକା, ଆଫ୍ରିକା, ମଧ୍ୟପ୍ରାଚ୍ୟ, ଆସିଆନ୍ ଏବଂ ଦକ୍ଷିଣ ଏସୀୟ କ୍ଷେତ୍ରର ବିଭିନ୍ନ ବଜାରରେ ନିଜର ଉପସ୍ଥିତି ଜାହିର କରିସାରିଛି। ୨୦୨୪-୨୫ ବର୍ଷରେ, ଏହାର ଦୁଇଚକିଆ ଯାନ ରପ୍ତାନି ୨୨.୮ ପ୍ରତିଶତ ବୃଦ୍ଧି ପାଇ ୧୦.୯ ଲକ୍ଷ ୟୁନିଟ୍‌ରେ ପହଞ୍ଚିଛି। ଯାହା ପୂର୍ବ ୧୦.୧ ଲକ୍ଷ ୟୁନିଟ୍‌ ଥିଲା। କମ୍ପାନୀର ରାଜସ୍ୱରେ ରପ୍ତାନି ଭାଗ ୨୪ ପ୍ରତିଶତ ରହିଥିଲା।

ଟିଭିଏସ ମୋଟର କମ୍ପାନୀର ଅନ୍ତର୍ଜାତୀୟ ବ୍ୟବସାୟର ଅଧ୍ୟକ୍ଷ ପେମାନ କାର୍ଗାର ୟୁରୋପକୁ କେବଳ ଏକ ବଜାର ନୁହେଁ ଏକ ଭାବପ୍ରଣ ପ୍ରଗତିକୁ ସମର୍ଥନ କରୁଥିବା ଏକ ମାର୍କେଟ ବୋଲି ଅଭିହିତ କରିଛନ୍ତି। ଏବଂ କହିଛନ୍ତି ଯେ EICMA ରେ କମ୍ପାନୀର ଅଂଶଗ୍ରହଣ କମ୍ପାନୀ ପାଇଁ ଏକ ସାହସିକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। କମ୍ପାନୀ କେବଳ ଟିଭିଏସ୍‌ ମୋଟର ନୁହେଁ ବ୍ରିଟିସ ବ୍ରାଣ୍ଡ ନୋର୍ଟନ ବାଇ୍‌କୁ ମଧ୍ୟ ଏଠାରେ ଲଞ୍ଚ କରି ମାର୍କେଟ କବ୍ଜା କରିବାକୁ ଚେଷ୍ଟା କରୁଛି।

ଏହା ପୂର୍ବରୁ ଭେନୁ କହିଥିଲେ ଯେ ନର୍ଟନ୍ ବାଇକ୍ ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରୁ ପ୍ରଥମେ ୟୁକେ ଓ ୟୁରୋପରେ ବିକ୍ରି ହେବ। ଏହା ପରେ ପରେ ଏହି ବାଇକ୍ ଭାରତ ଏବଂ ଆମେରିକାରେ ବିକ୍ରି କରାଯିବ। ଭାରତରେ ଏହାର ଲଞ୍ଚ ୨୦୨୬ ଗ୍ରୀଷ୍ମ ଋତୁରେ ମାନେ ଜୁନ୍-ଜୁଲାଇ ମଧ୍ୟଭାଗରେ ହେବ।