ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ, କଳିକେଶ ସାଙ୍ଗଠନିକ ଦାୟିତ୍ୱରେ ତ ଅଛନ୍ତି ପୁଣି ନେତୃତ୍ୱ କ’ଣ ଦିଆଯିବ ?

NEWS7
uk-exploited-indians-during-colonial-rule-putin

ଭୁବନେଶ୍ବର ୨୯।୧: କିଏ କାହାକୁ ସନ୍ତୁଷ୍ଟ କରିବାକୁ କିମ୍ବା କେଉଁ ପରିପ୍ରେକ୍ଷୀରେ କିଏ କ’ଣ କହୁଛି ତାଙ୍କୁ ପଚାରିଲେ ସେ ତାଙ୍କ ମତାମତ ଦେଇ ପାରିବେ । କଳିକେଶ ନରାୟଣ ସିଂହଦେଓଙ୍କୁ ବିଜେଡି ଦାୟିତ୍ୱ ଦେବା ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ସେ କହିଛନ୍ତି, ନବୀନ ବାବୁ ହେଉଛନ୍ତି ବିଜେଡିର ସର୍ବମାନ୍ୟ ନେତା । ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ଅଛନ୍ତି । ଆଉ ଲଗାତାର ବିଧାୟକ ମାନଙ୍କ ସହ ବୈଠକ ବି କରୁଛନ୍ତି । ନବୀନ ତ ଫିଟ୍ ଅଛନ୍ତି ତ ପୁଣି ଉତ୍ତରାଧିକାରୀ କଥା କାହିଁକି ଉଠୁଛି ବୋଲି ପ୍ରଶ୍ନ କରିଛନ୍ତି ଶାରଦା ଜେନା ।

ସେ ଆହୁରି କହିଛନ୍ତି ଯେଉଁମାନେ ଉଠାଉଛନ୍ତି ସେମାନେ କେଉଁ ଉଦ୍ଦେଶ୍ୟରେ ଉଠାଉଛନ୍ତି ସେମାନେ ଉତ୍ତର ଦେଇ ପାରିବେ । କଳିକେଶ ସାଙ୍ଗଠନିକ ଦାୟିତ୍ୱରେ ତ ରହିଛନ୍ତି ପୁଣି ନେତୃତ୍ୱ କ’ଣ ଦିଆଯିବ । ସେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ । ସେ ରାଜ୍ୟ ଦାୟିତ୍ୱରେ ଅଛନ୍ତି । କିଏ କେଉଁ ପରିପ୍ରେକ୍ଷୀରେ କହିଛି ତାର ତର୍ଜମା କରାଯାଉଛି । ତର୍ଜମା ପରେ ଆକ୍ସନ ନିଆଯିବ କି ନାହିଁ ଶୃଙ୍ଖଳା କମିଟି ଓ ସଭାପତି ନିଷ୍ପତ୍ତି ନେବେ ବୋଲି ସାରଦା ଜେନା କହିଛନ୍ତି ।