ଶିଶୁର ବୟସ ୭ ବର୍ଷ ହେଲେ ଆଧାର ଅପଡେଟ୍ ବାଧ୍ୟତାମୂଳକ: ୟୁଆଇଡିଏଆଇ

Published By : Prameya-News7 Bureau | July 16, 2025 IST

indiatoday

ନୂଆଦିଲ୍ଲୀ: ଶିଶୁମାନଙ୍କର ଆଧାର କାର୍ଡ ଅପଡେଟ୍ ନେଇ ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ ଏକ ଜରୁରୀ ସୂଚନା ଦେଇଛନ୍ତି। ପିଲାର ବୟସ ୭ ବର୍ଷ ହେଲେ ଆଧାର ଅପଡେଟ୍ ବାଧ୍ୟତାମୂଳକ ବୋଲି UIDAI କହିଛି। ତେବେ ନିର୍ଦ୍ଧାରିତ ବୟସ ସୀମା ଭିତରେ କଲେ ଏହି ଅପଡେଟ୍ ମାଗଣା ହୋଇଯିବ। ବୟସସୀମା ପାର୍ କରିଗଲେ ଅପଡେଟ ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ପଢ଼ନ୍ତୁ।  

୭ ବର୍ଷ ହୋଇଯାଇଥିବା ପିଲାମାନଙ୍କ ଆଧାର ବାୟୋମେଟ୍ରିକ୍ ଅପ୍‌ଡେଟ୍‌ କରିବା ବାଧ୍ୟତାମୂଳକ ବୋଲି ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ପକ୍ଷରୁ ଅଭିଭାବକମାନଙ୍କୁ କୁହାଯାଇଛି। ଯେକୌଣସି ଆଧାର ସେବା କେନ୍ଦ୍ର ଜରିଆରେ ଏହି କାର୍ଯ୍ୟ ହୋଇପାରିବ। ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ଆଧାର ତିଆରି ବେଳେ କେବଳ ଫଟୋ, ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣାର ପ୍ରମାଣପତ୍ର ଦରକାର ହୋଇଥାଏ।

ସେହି ସମୟରେ ଟିପ ଚିହ୍ନ ଓ ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ କରିବା ସମ୍ଭବପର ହୁଏ ନାହିଁ। ତେଣୁ ଯେଉଁ ପିଲାମାନଙ୍କୁ ପାଞ୍ଚ ବର୍ଷ ହୋଇଯାଇଛି, ସେମାନେ ଆଧାର ସେବା କେନ୍ଦ୍ରରେ ପହଞ୍ଚି ସେମାନଙ୍କ ଟିପଚିହ୍ନ, ନେତ୍ରପିତୁଳା ଓ ଫଟୋକୁ ଅପ୍‌ଡେଟ୍ କରିପାରିବେ। ପିଲାଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହୋଇଥିଲେ ଏହି ଅପ୍‌ଡେଟ୍‌ ମାଗଣା‌ରେ ହେବ। ବୟସ ୭ ବର୍ଷ ଅତିକ୍ରମ କରିଥିବା ପିଲାମାନଙ୍କ ବାୟୋମେଟ୍ରିକ୍ ଅପ୍‌ଡେଟ୍‌ ପାଇଁ ୧୦୦ ଟଙ୍କା ଫି’ ଲାଗିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.