ନୀଳଗିରି ୨୯।୬: ନୀଳଗିରି ବିଜେଡିକୁ ଶକ୍ତ ଝଟ୍କା । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବାଲେଶ୍ଵର ଜିଲ୍ଲା ନୀଳଗିରି ୧୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ ଓ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ । ରାଜ୍ୟ ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର । ଦଳରେ ମାନସ ମନ୍ଥନ ଚାଲିଥିବା ବେଳେ ନୀଳଗିରିରେ ଏହି ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ମଛୁଆ ପଞ୍ଚାୟତର ସରପଞ୍ଚ ବାବୁଲା ସିଂ ଓ ୪ ଜଣ ୱାର୍ଡ ସଭ୍ୟ, ଶତାଧିକ ବିଜେଡି ନେତା ଓ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।
ନୀଳଗିରି ଠାରେ ଆୟୋଜିତ ଏକ ମହାମିଶ୍ରଣ ପର୍ବରେ କ୍ରୀଡ଼ା ଓ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲା ସଭାପତି ଈଶ୍ୱର ବେହେରା ଓ ଆଗଧାଡ଼ିର ବିଜେପି ନେତା ଉପସ୍ଥିତ ଥିଲେ । ଦୁଇ ଜିଲ୍ଲା ପରିଷଦ ତଥା ମଛୁଆ ପଞ୍ଚାୟତର ସରପଞ୍ଚ, ୪ ଜଣ ୱାର୍ଡସଭ୍ୟଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ତେବେ ବିଜେଡିରେ ଅଣଦେଖା ଓ ବିଜେପି ଦଳରେ ନୀତି ଆଦର୍ଶ ପାଇଁ ମିଶିବା ପରେ ଦୁଇ ଜିଲ୍ଲା ପରିଷଦ କହିଛନ୍ତି । ସେପଟେ ନୀଳଗିରିରେ ବିଜେପି ଦଳ ଆହୁରି ଶକ୍ତିଶାଳୀ ହେଲା ବୋଲି ମନ୍ତ୍ରୀ ଓ ବିଧାୟକ ଉଭୟ କହିଛନ୍ତି ।
You Can Read:
ଯାହା ପୁରୀରେ ଘଟିଲା, ଏଭଳି ଘଟଣା କେବେ ଘଟିନଥିଲା