ଯାଜପୁର ୧୨।୮: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ପନ୍ତୁରୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଗୁଣି ଗାରେଡି ସନ୍ଦେହରେ ଯୁବତୀଙ୍କୁ ରାସ୍ତା ଉପରେ ଉଲଗ୍ନ କରି ମାଡ଼ ଅଭିଯୋଗ ।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେବ ମା’ ମଙ୍ଗଳାଙ୍କ ନିକଟରେ ଗ୍ରାମର ଜଣେ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ବାବା ଓ ମାତା ହୋଇ ଲୋକଙ୍କୁ ଝଡ଼ାଫୁଙ୍କା କରିଥାନ୍ତି । ମଙ୍ଗଳବାର ଗ୍ରାମର ଜଣେ ମହିଳାଙ୍କ ଝିଅଙ୍କର କୌଣସି କାରଣରୁ ଦେହ ଭଲ ନଥିବାରୁ ପରିବାର ଲୋକେ ବାବାଙ୍କ ନିକଟକୁ ଝାଡ଼ିବାକୁ ଆଣିଥିଲେ । ତେବେ ସେଠାରେ ଅତି ଅମାନୁଷିକ ଭାବେ ଯୁବତୀକୁ ରାସ୍ତା ଉପରେ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏହା ଦେଖି ଯୁବତୀଙ୍କ ବାପା ପ୍ରତିବାଦ କରିବାରୁ ତାଙ୍କୁ ଏବଂ ଝାଡ଼ା ହେବାକୁ ଆସିଥିବା ଅନ୍ୟ ଜଣେ ନାବାଳିକାକଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏହା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏନେଇ ଗ୍ରାମବାସୀ ଜେନାପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଗାଁରେ ପହଞ୍ଚି ସମ୍ପୃକ୍ତ ବାବା, ମାତାଙ୍କ ସହ ଅନ୍ୟ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛନ୍ତି । ଏପଟେ ମାଡ଼ ଖାଇଥିବା ଯୁବତୀ, ନାବାଳିକା ଓ ତାଙ୍କ ବାପା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗାଁରେ ଚାଲିଥିବା ପୂଜାପାଠକୁ ବନ୍ଦ କରିବା ସହ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
You Can Read:
ଏଣିକି ବ୍ୟବହାର ହେବନି ‘ହରିଜନ’ ଶବ୍ଦ, ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ