ଭୋଗରାଇ ୯।୮: ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଚିଲ ଶଙ୍କର ମାଛ । ଏହ ମାଛକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ଯାହାର ଓଜନ ୨ ଟନ୍ ବୋଲି ଜଣାପଡିଛି ।
ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀ ମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ଏକ ବିରାଟକାୟ ମାଛ ପଡିଥିଲା । ମାଛକୁ ନେଇ କୂଳକୁ ଆସିଥିବା ବେଳେ ମାଛଟି ଚିଲ ଶଙ୍କର ମାଛ ବୋଲି ଜଣାପଡିଥିଲା । ପରେ ମାଛଟିକୁ ଦୀଘା ମୁହାଣ ନିଲାମ କେନ୍ଦ୍ରକୁ ନିଆଯାଇଥିଲା । ଏହି ମାଛର କ୍ରାକର ଔଷଧ ତିଆରି ଏବଂ ଅନ୍ୟାନ୍ୟ ଅଙ୍ଗ ବ୍ୟବହାର କରାଯିବା ସହିତ ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଏ । ସେଥିପାଇଁ ବଜାରରେ ମାଛର ଚାହିଦା ଅଧିକ ଥାଏ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି ।
You Can Read:
ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ମହିଳାଙ୍କ ପ୍ରତି ବଢ଼ି ଚାଲିଛି ଦୁର୍ବ୍ୟବହାର