SI ପରୀକ୍ଷା ଦୁର୍ନୀତି ମାମଲା, ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ

NEWS7
two-to-three-degree-increase-weather-in-last-2-days

ଭୁବନେଶ୍ୱର ୨୯।୧୨ : SI ପରୀକ୍ଷା ଦୁର୍ନୀତି ମାମଲା । ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) । ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ତଦନ୍ତ ଚାଲିଛି। ଆଗରୁ ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛି CBI।

ଖବର ଅନୁଯାୟୀ, ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା । ଘଟଣାରେ ପ୍ରଥମେ ପୋଲିସ ତଦନ୍ତ କରି ୧୧୭ ଜଣଙ୍କୁ ଗିରଫ କରିଥିଲା । ହେଲେ ମାମଲା ଅତି ସଙ୍ଗୀନ ଥିବାରୁ ଏହାକୁ ସିବିଆଇ ତଦନ୍ତ କରିବାକୁ ସୁପାରିଶ କରିଥିଲେ ରାଜ୍ୟ ସରକାର । ତେବେ ସିବିଆଇ ଘଟଣାର ତଦନ୍ତ କରି ଆଉ କିଛି ଅଭିଯୁକ୍ତଙ୍କୁ ବାନ୍ଧିଥିଲା । ତେବେ ଦୀର୍ଘ ଦିନର ତଦନ୍ତ ପରେ ସିବିଆଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ଥିବା ଦର୍ଶାଇଛି ସିବିଆଇ । ଏହି ଚାର୍ଜସିଟ୍ରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ, ରିଙ୍କୁ ମହାରଣା, ବିରଞ୍ଚି ନାୟକ, ନୀତିଶ କୁମାର ସମେତ ଅନେକ ରହିଛନ୍ତି । ତେବେ ଚାର୍ଜସିଟ୍ ଦାଖଲ ହୋଇଥିବା ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ବାକି ୭ ଅଭିଯୁକ୍ତଙ୍କୁ CBI ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଗକୁ ତଦନ୍ତ ଚାଲିଛି । ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛି CBI ।