ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ, ରାଜ୍ୟସଭା ପାଇଁ ନିଜ ଆଡୁ କହିଥିଲେ ସଭାପତି, ହେଲେ ଟ୍ରେନ୍‌ରେ ଯିବା ବେଳେ...

NEWS7
two-thieves-disguised-as-guests-robbed-and-killed-ferrar

ଭୁବନେଶ୍ୱର ୦୭।୦୧ : ଆଗକୁ ରାଜ୍ୟସଭା ନିର୍ବାଚନ । ରାଜ୍ୟରେ ତିନୋଟି ଆସନରେ ନିର୍ବାଚନ ହେବାକୁ ଯାଉଛି । ହେଲେ ତାପୂର୍ବରୁ ପୂର୍ବତନ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂଙ୍କ ବୟାନ ରାଜନୈତିକ ମାହୋଲରେ ଚର୍ଚ୍ଚା ସୃଷ୍ଟି କରିଛି । ଭୂପିନ୍ଦରଙ୍କୁ ରାଜ୍ୟସଭା ପାଇଁ ପ୍ରତିଶୃତି ମିଳିଥିଲା । ୨୦୨୪ରେ ରାଜ୍ୟସଭା ପାଇଁ ନିଜ ଆଡୁ କହିଥିଲେ ବିଜେଡି ସୁପ୍ରିମୋ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଲୋକସଭା ପାଇଁ ଇଛୁକ ଥିଲି, ବିଧାନସଭା ପାଇଁ ନୁହେଁ। ମୋତେ ରାଜ୍ୟ ସଭା ପାଇଁ ନିଜ ଆଡୁ କହିଥିଲେ ନବୀନ। ସନ୍ଧ୍ୟାସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ମୋତେ କହିଥିଲେ। ମୁଁ ତାଙ୍କୁ ଜଣାଇବାକୁ କହି କଳାହାଣ୍ଡି ଯାଉଥିଲି। ଟ୍ରେନ୍‌ରେ ମୁଁ ଯିବା ବେଳେ ଶୁଣିଲେ କି ମୋତେ ହାଉସିଂ ବୋର୍ଡର ଚେୟାରମ୍ୟାନ କରାଯାଇଛି। ମୋର କୌଣସି ଜାଗାରେ କିଛି ଆପତ୍ତି ନାହିଁ। ଅସନ୍ତୋଷର ଶବ୍ଦ ମୋ ଡିକ୍ସିନାରୀରେ ନାହିଁ। ଲୋକଙ୍କ ଉପରେ ମୋର ବିଶ୍ୱାସ ଅଛି। ସର୍ବଦା ଲୋକଙ୍କ ସହ ଅଛି ଆଉ ରହିବି। ଓଡିଶା ଏବଂ କଳାହାଣ୍ଡି ବିକାଶ ପାଇଁ ଯିଏବି ଡାକିବେ ମୁଁ ତାଙ୍କ ସହ ରହିବି।