Live Live
LIVE

ସିଏମ୍‌ସି ପାଇଁ ୧୨ଶହ ୬୮କୋଟିର ବଜେଟ୍ : ଆକାର ଖୁବ୍ ବଡ଼, କାର୍ଯ୍ୟକାରିତା ନେଇ ଉଠିଲା ପ୍ରଶ୍ନ

NEWS7
two-thieves-disguised-as-guests-robbed-and-killed-ferrar

କଟକ ୭।୩: ଗତ ବର୍ଷ ତୁଳନାରେ ଆହୁରି ବୃହତ ହୋଇଛି କଟକ ମହାନଗର ନିଗମର ବଜେଟ । ଏଥର ୧୨ ଶହ ୬୮ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଯାହା ଆଜି କାଉନସିଲ ବୈଠକରେ ଉପସ୍ଥାପିତ ହୋଇଛି । ଯଦିଓ ବଜେଟର ଆକାର ଖୁବ ବଡ଼, କିନ୍ତୁ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ଖୋଦ ୱାର୍କ୍ସ କମିଟିର ଅଧ୍ୟକ୍ଷ । କାରଣ ଗତବର୍ଷ ଆଗତ ହୋଇଥିବା ୧୨ କୋଟି ଟଙ୍କା ବଜେଟରୁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡି ରହିଛି । ପୁଣି କେବଳ ଋଣ ଏବଂ ସରକାରୀ ଅନୁଦାନକୁ ନେଇ ବଜେଟ୍ ପ୍ରସ୍ତୁତ ହେଉଛି । କିନ୍ତୁ ସିଏମସିର ନିଜସ୍ୱ ଆୟ କମିବାରେ ଲାଗିଛି । ଯାହାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି ।

ଏ ଖବର ବି ପଢ଼ନ୍ତୁ:-UPSC ପରୀକ୍ଷାରେ ୧୦୦ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଏଥର ନୂତନ ନିର୍ମାଣ ଓ ମରାମତି ବାବଦରେ ସର୍ବାଧିକ ୬ ଶହ ୫୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସେଥିମଧ୍ୟରୁ ୱାର୍ଡ ସୌନ୍ଦର୍ଯ୍ୟକରଣ ଲାଗି ୪୦ କୋଟି, ପାର୍କ ଏବଂ କମ୍ୟୁନିଟି ହଲ ଗୁଡିକର ବିକାଶ ପାଇଁ ୩୫ କୋଟି, ଷ୍ଟ୍ରିଟ ଲାଇଟ ବାବଦୀୟ ୨୫ କୋଟି, ନୂଆ ରାସ୍ତା ନିର୍ମାଣ ଓ ମରାମତି ଲାଗି ୧୫ କୋଟି, ଜଳାଶୟ ପୁନଃରୁଦ୍ଧାର ଲାଗି ୧୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସେହିପରି ସ୍ୱାସ୍ଥ୍ୟ ଓ ପରିମଳ ବାବଦରେ ୯୧ ଦଶମିକ ୭୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେଥି ମଧ୍ୟରୁ କେବଳ ବାୟୋ ମାଇନିଂ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା । କିନ୍ତୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସିଏମସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ । ନିର୍ଦ୍ଧିଷ୍ଟ ଏଜେନ୍ସି ପାଇଁ ଅହେତୁକ ଅନୁକମ୍ପା ଦେଖାଯାଉଛି, କିନ୍ତୁ ଯୋଗ୍ୟ ସଂସ୍ଥାଙ୍କୁ ବାଇଓ ମାଇନିଙ୍ଗ କାମ କାହିଁକି ଦିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ହେଲେ ମେୟର ସଫେଇ ଦେଇଛନ୍ତି କି, ଏହା ଏକ ଚମତ୍କାର ବଜେଟ, ନୂଆ କଟକ ଲାଗି ଏହି ବଜେଟ ଖୁବ ଉପଯୋଗୀ ହେବ ।

ଏ ଖବର ବି ପଢ଼ନ୍ତୁ:- ଗୁଜବ ନା ସତ, ମାଲକାନଗିରିରେ ମିଳୁନି ପେଟ୍ରୋଲ-ଡିଜେଲ୍ !

ଗତ ୪ ବର୍ଷ ଭିତରେ ସିଏମସିର ନିଜସ୍ୱ ଆୟ କମିବାରେ ଲାଗିଛି । ବିଶେଷ କରି ହୋର୍ଡିଙ୍ଗ ଏବଂ ହୋଲଡିଂ ଟିକସ ଅନାଦେୟ ହୋଇ ରହିବା କାରଣରୁ ବାର୍ଷିକ ପ୍ରାୟ ଦେଢ଼ ଶହ କୋଟିର ରାଜସ୍ବ ହରାଉଛି ସିଏମସି ।