ଦୁଇ ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର

Published By : Prameya-News7 Bureau | January 31, 2025 IST

ଯାଜପୁର ୧: ଦୁଇ ଛାତ୍ରୀଙ୍କୁ ଧକ୍କା ଦେଲା ହାଇଓ୍ବା ଟ୍ରକ୍ । ଜଣେ ଗୁରୁତର, ଅନ୍ୟ ଜଣେ ସାମାନ୍ୟ ଆହତ । ଯାଜପୁର ରୋଡ୍ ଥାନା ଦାନଗଦି ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଯାଜପୁର ରୋଡ୍ ଥାନା ଦାନଗଦି ସ୍ଥିତ ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ଦୁଇ ଛାତ୍ରୀଙ୍କୁ ଧକ୍କା ଦେଲା ହାଇଓ୍ବା ଟ୍ରକ୍ । ଜଣେ ଛାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଛାତ୍ରୀଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତଙ୍କୁ ଦାନଗଦି ମେଡ଼ିକାଲରେ ଚିକିତ୍ସା କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଯାଜପୁର ରୋଡ଼-କଳିଙ୍ଗନଗର ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

You Can Read:

ଜେଲ୍ ଯିବେ ବଣେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ, ଠୁଳ କରିଥିଲେ ଆୟଠୁ ଅଧିକ ସମ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.