Live Live
LIVE

T20 ବିଶ୍ଵକପ୍ ଜିତିବା ପରେ ଅର୍ଶଦୀପ ସିଂଙ୍କୁ ଝଟକା: ବଡ଼ ଆକ୍ସନ ନେଲା ICC, ଜାଣନ୍ତୁ କାରଣ

NEWS7
two-serious-in-tiger-attack-in-nayagarh

ଅହମ୍ମଦାବାଦ: ଟି-୨୦ ବିଶ୍ୱକପ୍ ୨୦୨୬ର ଟାଇଟଲ୍ ଜିତି ଭାରତୀୟ ଦଳ ଇତିହାସ ରଚିଥିବା ବେଳେ, ଦଳର ତାରକା ବୋଲର ଅର୍ଶଦୀପ ସିଂଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଇସିସି (ICC) ର 'ଆଚରଣ ବିଧି' ଉଲ୍ଲଂଘନ କରିଥିବାରୁ ଅର୍ଶଦୀପଙ୍କ ଉପରେ ଜରିମାନା ଲଗାଯାଇଛି। ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଏକ ଘଟଣା ପାଇଁ ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ କଟାଯାଇଛି।

କାହିଁକି ଦଣ୍ଡିତ ହେଲେ ଅର୍ଶଦୀପ?

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଅର୍ଶଦୀପ ଆଇସିସି ଆଚରଣ ବିଧିର 'ଲେଭଲ-୧' (Article 2.9) ଉଲ୍ଲଂଘନ କରିଛନ୍ତି। ଏହି ନିୟମ ଅନୁଯାୟୀ, କୌଣସି ଖେଳାଳିଙ୍କ ଆଡ଼କୁ ଅସୁରକ୍ଷିତ ବା ଅନୁଚିତ ଭାବେ ବଲ୍ ଫିଙ୍ଗିବା ଏକ ଅପରାଧ।

ଘଟଣାଟି କଣ ଥିଲା?

ନ୍ୟୁଜିଲାଣ୍ଡ ଇନିଂସର ୧୧ତମ ଓଭର ଚାଲିଥିବା ବେଳେ ଅର୍ଶଦୀପଙ୍କ ଦ୍ୱାରା ଫିଙ୍ଗାଯାଇଥିବା ଏକ ବଲ୍ କିୱି ବ୍ୟାଟର ଡାରିଲ୍ ମିଚେଲଙ୍କ ଶରୀରରେ ବାଜିଥିଲା। ଏହାକୁ ନେଇ ମୈଦାନରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ ପରେ ଉଭୟ ଖେଳାଳି ପରସ୍ପର ସହ ହାତ ମିଳାଇଥିଲେ।

ଅର୍ଶଦୀପଙ୍କ ସଫେଇ

ମ୍ୟାଚ୍ ପରେ ଅର୍ଶଦୀପ ନିଜେ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ। ସେ କହିଛନ୍ତି, "ମୁଁ ମିଚେଲଙ୍କୁ କ୍ଷମା ମାଗିବାକୁ ଯାଇଥିଲି। ବଲଟି ଅଧିକ ରିଭର୍ସ ସୁଇଙ୍ଗ୍ ହୋଇଯିବାରୁ ତାଙ୍କ ଦେହରେ ବାଜିଥିଲା। ମୁଁ ଜାଣିଶୁଣି ତାଙ୍କୁ ଆଘାତ ଦେବାକୁ ଚାହୁଁନଥିଲି।" ପରେ ଉଭୟ ଖେଳାଳିଙ୍କୁ ହସଖୁସିରେ କଥା ହେବାର ମଧ୍ୟ ଦେଖିବାକୁ ମିଳିଥିଲା।

ବିଶ୍ୱ ବିଜୟୀ ଭାରତ

ସୂଚନାଯୋଗ୍ୟ ଯେ, ରବିବାର ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ବିଶ୍ୱକପ୍ ଟ୍ରଫି ହାତେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ମାତ୍ର ୧୫୯ ରନରେ ଅଲଆଉଟ୍ ହୋଇଯାଇଥିଲା। ଅର୍ଶଦୀପ ଏହି ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ବୋଲିଂ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Also read: ସଞ୍ଜୁଙ୍କ ପାଖରେ ଅମାପ ସମ୍ପତ୍ତି : ଆକାଉଣ୍ଟରେ କୋଟି କୋଟି ଟଙ୍କା, କେରଳରେ ରାଜପ୍ରାସାଦ ଭଳି ଘର