ଧକ୍କା ଦେଲା ଟ୍ରକ, ଅଧାରାସ୍ତାରେ ଚାଲିଗଲା ମାମୁ-ଭଣଜାଙ୍କ ଜୀବନ

Published By : Prameya-News7 Bureau | August 09, 2025 IST

ନୂଆପଡ଼ା ୦୯।୦୮ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ମାମୁ ଓ ଭଣଜାଙ୍କ ଜୀବନ । ନୂଆପଡ଼ା ଜାତୀୟ ରାଜପଥ ୩୫୩ କ୍ରିଷ୍ଣା ଛକ ସ୍ଥିତ ତେତେଲବନ୍ଧ ନିକଟରେ ଘଟିଛି ଦୁର୍ଘଟଣା ।  ମୃତକ କୋମନା ଥାନା ଖଇରଭାଡ଼ି ଗାଁର ପ୍ରେମ ମାଝୀ ଓ ଖୁଟଲୁ ମାଝୀ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ମୃତକ ପ୍ରେମ ଜଣେ ସେନା କର୍ମଚାରୀ । ଶୁକ୍ରବାର ଛୁଟିରେ ଆସିଥିବା ବେଳେ କୌଣସି କାମ ପାଇଁ କୋମନା ଯାଉଥିଲେ । ଏହି ସମୟରେ ଜାତୀୟ ରାଜପଥ ୩୫୩ କ୍ରିଷ୍ଣା ଛକ ସ୍ଥିତ ତେତେଲବନ୍ଧ ନିକଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକ ଧକ୍କାରେ ବାଇକ୍‌ରେ ଥିବା ମାମୁ-ଭଣଜା ଗୁରୁତର ହୋଇ ରାସ୍ତାରେ ପଡିଯାଇଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ଘଟାଇଥିବା ଆନ୍ଧ୍ର ଟ୍ରକ ସହ ଦୁଇଜଣଙ୍କୁ ଅଟକ ରଖିଛି ତରବୋଡ଼ ଫାଣ୍ଡି ପୋଲିସ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.