ମୁମ୍ୱାଇ : ‘ ବିଗ୍ ବସ୍ -୧୯’ର ଆରମ୍ଭ ହେବା ପୂର୍ବରୁ ‘ବିଗ୍ ବସ୍ ମାଲୟାଲମ୍ ସିଜନ-୭’ ଆରମ୍ଭ ହୋଇଛି। କେବଳ ଏତିକି ନୁହେଁ ଚର୍ଚ୍ଚାକୁ ଆସିଛନ୍ତି। ଏହା ଏଥିପାଇଁ କାରଣ ଚଳିତ ଶୋ’ରେ ଲେସବିୟାନ କପଲ ( ସମଲିଙ୍ଗି ଦମ୍ପତି)- ଅଦିଲା ନସରିନ ଓ ଫାତିମା ନୁରାଙ୍କୁ ଏଣ୍ଟ୍ରି ମିଳି ଯାଇଛି। ସେମାନେ କେରଳ ହାଇକୋର୍ଟରେ କେସ୍ ଲଢି ଏକାଠି ରହିବାର ଅଧିକାର ଜିତି ଥିଲେ ଏବଂ ବିବାହ କରି ଥିଲେ।
ସାକ୍ଷାତ୍ ସାଉଦୀ ଆରବରେ ପାଠପଢୁ ଥିବା ବେଳେ ଅଦିଲା ଓ ଫାତିମାଙ୍କ ସାକ୍ଷାତ୍ ହୋଇଥିଲା। ବନ୍ଧୁତା କ୍ରମେ ପ୍ରେମରେ ପରିଣତ ହୋଇଥିଲା। କିନ୍ତୁ ପରିବାର ଓ ସମାଜ ସେମାନଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ। ବାଧ୍ୟ ହୋଇ ଉଭୟ ହାଇକୋର୍ଟରେ ପିଟିସନ ଦାୟର କରି ଥିଲେ ଏବଂ ଜିତି ଥିଲେ। ଏହାପରେ ଦୁହେଁ ଏକ ଫଟୋସୁଟ୍ କରାଇଥିଲେ ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।
ବର୍ତ୍ତମାନ ଏହି ଦୁଇ ଜଣ ବିଗ୍ ବସ୍ ଘରେ ଏକାଠି ପ୍ରତିଯୋଗୀ ସାଜି ଆସିଛନ୍ତି। ଶୋ’ର ପ୍ରଥମ ସପ୍ତାହରେ ଓପନ୍ ନୋମିନେସନ ଓ ସ୍ପଟ୍ ଏଲିମିନେସନ ଭଳି ଟ୍ୱିଷ୍ଟ ଆସିଛି, ଯେଉଁଥିରେ ସିଜନର ଆରମ୍ଭ ଖୁବ୍ ହୃଦୟସ୍ପର୍ଶୀ ହୋଇଛି। ଅଦିଲା ଓ ଫାତିମାଙ୍କର ଏଣ୍ଟ୍ରି କେବଳ ଏକ ଏଣ୍ଟରଟେନମେଣ୍ଟର ଅଂଶ ନୁହେଁ , ବରଂ ଏହା ଏକ ମେସେଜ ବି ଦେଇଥାଏ ଯେ ପ୍ରେମ କୌଣସି ପ୍ରତିବନ୍ଧକକୁ ମାନି ନଥାଏ।
‘ବିଗ୍ ବସ୍ -୧୯’ର ଆରମ୍ଭ ୨୪ ଅଗଷ୍ଟରୁ ହେବ । ସଲମାନ ଖାନଙ୍କ ରିଆଲିଟି ଶୋ’ର ଟ୍ରେଲର ଆସିଛି। ଏହିଥର ଶୋ’ରେ ଘରଲୋକଙ୍କ ସରକାର ଚାଲିବ। ଡ୍ରାମା ତ ହେବ , କିନ୍ତୁ ଡେମୋକ୍ରେସି ମଧ୍ୟ ହେବ।