ଭଞ୍ଜନଗର ୨୬।୦୫ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଲାଠିପଡ଼ା ଗାଁ ଜଗନ୍ନାଥ ମନ୍ଦିର ନିକଟରେ ଦୁର୍ଘଟଣା । ତିନି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ସିହମଦ୍ରନ ଗାଁର ବିରଞ୍ଚି ଭୂୟାଁ । ବାକି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଏବ ବାଇକ୍ ଭଞ୍ଜନଗରରୁ ସୋରଡ଼ା ଅଭିମୁଖେ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ସହ ଲାଠିପଡ଼ା ଜଗନ୍ନାଥ ମନ୍ଦିର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାପରେ ତୁରନ୍ତ ସୋରଡ଼ା ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଆଉ ଜଣଙ୍କର ପରିଚୟ ମିଳିନାହିଁ ।