ବଲାଙ୍ଗୀର ୧୦।୦୮ : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଚିଞ୍ଚେଡ଼ ଗାଁରେ ଅଭାବନୀୟ ଘଟଣା । କୁକୁର କାମୁଡ଼ାରେ ଚାଲିଗଲା ଦୁଇ ଜୀବନ । ମୃତ ବ୍ୟକ୍ତି ଜଣେ ହେଲେ ହୃଷିକେଶ ରଣା ଓ ଅନ୍ୟ ଜଣେ ୩୩ ବର୍ଷ ଭିନ୍ନକ୍ଷମ ଯୁବକ ଜିଗେନ୍ଦ୍ର ଛାତ୍ରିଆ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଚିଞ୍ଚେଡ ଗାଁରେ ଦୁଇ ଜଣ ଯୁବକଙ୍କୁ କୁକୁର କାମୁଡ଼ି ଥିଲା । ଏହାପରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ବଲାଙ୍ଗୀର ଭିମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଭିନ୍ନକ୍ଷମ ଥିବା ସୂଚନା ରହିଛି । ମୃତ ବ୍ୟକ୍ତି ହୃଷିକେଶ ରଣା ( ୪୮ ବର୍ଷ ) ଓ ଅନ୍ୟ ଜଣେ ହେଉଛନ୍ତି ୩୩ ବର୍ଷୀୟ ଭିନ୍ନକ୍ଷମ ଯୁବକ ଜିଗେନ୍ଦ୍ର ଛାତ୍ରୀଆ ବୋଲି ଜଣାପଡିଛି ।