ପାରାଦୀପ ୦୪।୦୫ : ୨ ଡ୍ରାଇଭରଙ୍କୁ ଚାପି ଦେଲା ଟ୍ରକ। ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା । ଏକ ବ୍ରେକ୍ ଡାଉନ୍ ହାଇଓ୍ବାକୁ କାମ କରୁଥିବା ବେଳେ ଚାପି ଦେଲା ଆଇରନ ବୋଝେଇ ଟ୍ରକ । ବନ୍ଦରର i-10 ସମ୍ମୁଖରେ ଘଟିଛି ଦୁର୍ଘଟଣା।
ହାଇଓ୍ବା ଗାଡ଼ି ଖରାପ ହେବାରୁ ଦୁଇଜଣ ଡ୍ରାଇଭର ଗାଡ଼ିର କେବିନ୍ ଭିତରେ ପଶି କାମ କରୁଥିଲେ। ଏହି ସମୟରେ ଏକ ଆଇରନ ବୋଝେଇ ଟ୍ରକ୍ ଦୃତ ଗତିରେ ଆସି ହାଇଓ୍ବା କୁ ଧକ୍କା ଦେଇଥିଲା। ଫଳରେ କେବିନ୍ ଭିତରେ ହାଇଓ୍ବା ଡ୍ରାଇଭର ଦୁଇଜଣ ଚାପି ହୋଇ ଯାଇଥିଲେ। ଅନ୍ୟ ଡ୍ରାଇଭରମାନେ ତାଙ୍କୁ ସେଠାରୁ ବାହାର କରି ସଙ୍ଗେ ସଙ୍ଗେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କହିଥିଲେ। ମୃତ ଦୁଇ ଡ୍ରାଇଭର ହେଲେ ରତ୍ନାକର ସ୍ବାଇଁ ଓ ଚନ୍ଦନ ଜେନା। ଧକ୍କା ଦେଇଥିବା ଆଇରନ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଘଟଣାକୁ ନେଇ ବନ୍ଦର ନିଷିଦ୍ଧାଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।