କେନ୍ଦ୍ରାପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଦୁଇ ଜଣ ଗୁରୁତର

Published By : Prameya-News7 Bureau | August 04, 2025 IST

କେନ୍ଦ୍ରାପଡ଼ା ୪।୮: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ୍ ଅମେଇପାଳ ପଞ୍ଚାୟତ ମହାନଙ୍ଗଳା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।ଗଣ୍ଡଗୋଳ ଘଟି ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ଗାଁର ନରେଶ ନାୟକ ଓ ଅନ୍ୟ କିଛି ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା l ପରେ ଅପରପକ୍ଷର ଯୁବକ ମାନେ ଉତକ୍ଷିପ୍ତ ହୋଇ ନରେଶଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ନରେଶଙ୍କ ଭାଇ ପରେଶ ଘଟଣାସ୍ଥଳରେ ପହଞ୍ଚି ନିଜ ଭାଇକୁ ବଞ୍ଚାଇବା ପାଇଁ ଉଦ୍ୟମ କଲାବେଳେ ଆକ୍ରମଣକାରୀ ମାନେ ପରେଶଙ୍କୁ ମଧ୍ୟ ଆକ୍ରମଣ କରିଥିଲେ l ଏଥିରେ ଦୁଇ ଭାଇ ନରେଶ ଓ ପରେଶ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଏ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି l

You Can Read:

ରେଳ ଧାରଣାରେ ଆଇଇଡ଼ି ବିସ୍ଫୋରଣ, ହାଇ ଆଲର୍ଟରେ ଓଡ଼ିଶା-ଝାଡ଼ଖଣ୍ଡ ସୀମା ରେଲୱେ ଟ୍ରାକ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.