ଗଜପତି ୨୯।୫: ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ୨ ଅଧିକାରୀ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ବରିଷ୍ଠ ସହଯୋଗୀ ନରେଶ ପଟ୍ଟନାୟକ ଏବଂ ଉପଖଣ୍ଡ କୋଷଧ୍ୟକ୍ଷ ସୁରଜ ପ୍ରସାଦ ଜୈସ୍ୱାଲଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ୪ଟି କାମର ବିଲ୍ କରାଇ ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।
ସୂଚନାଯୋଗ୍ୟ ଯେ, ବରିଷ୍ଠ ସହଯୋଗୀ ନରେଶ ପଟ୍ଟନାୟକ ଏବଂ ଉପଖଣ୍ଡ କୋଷଧ୍ୟକ୍ଷ ସୁରଜ ପ୍ରସାଦ ଜୈସ୍ୱାଲ ଜଣେ ଠିକାଦାରଙ୍କ ଠାରୁ ୪ଟି ବିଲ୍ ପାସ୍ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଠିକାଦାରଙ୍କୁ ପୂର୍ବରୁ ତାଙ୍କ ସମ୍ପର୍କୀୟଙ୍କ ନାମରେ ମୋଟ୍ ୪ଟି କାର୍ଯ୍ୟାଦେଶ ଦିଆଯାଇଥିଲା । ଯାହାର ମୂଲ୍ୟ ୮୬ ଲକ୍ଷ ଟଙ୍କାରୁ ଅଧିକ । ଏହି ସମୟ ମଧ୍ୟରେ, ଉକ୍ତ ଠିକାଦାର ୩୨ ଲକ୍ଷ ଟଙ୍କାର ରନିଂ ବିଲ୍ ଦାଖଲ କରିଥିଲେ । ଉପଖଣ୍ଡ କୋଷଧ୍ୟକ୍ଷ ସୁରଜ ପ୍ରସାଦ ଜୈସ୍ୱାଲ , ଡିଏଓ ଏବଂ ବରିଷ୍ଠ ସହଯୋଗୀ ନରେଶ ପଟ୍ଟନାୟକ, ସିନିୟର ଆସିଷ୍ଟାଣ୍ଟ UPI ଟ୍ରାଞ୍ଜାକ୍ସନ ମାଧ୍ୟମରେ ୩୨ ଲକ୍ଷ ଟଙ୍କାର ବିଲ୍ କ୍ଲିୟରାନ୍ସ ପାଇଁ ଏବଂ କାମ ଶେଷ ହେବା ପରେ ବାଳକା ବିଲ୍ ଦାଖଲ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଅନ୍ୟ କୌଣସି ଉପାୟ ନପାଇ ଠିକାଦାର ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଏହାପରେ, ଭିଜିଲାନ୍ସ ଅଧିକାରୀ ମାନେ ଗୁରୁବାର UPI ମାଧ୍ୟମରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବରିଷ୍ଠ ସହଯୋଗୀ ନରେଶ ପଟ୍ଟନାୟକ ଏବଂ ଉପଖଣ୍ଡ କୋଷଧ୍ୟକ୍ଷ ସୁରଜ ପ୍ରସାଦ ଜୈସ୍ୱାଲ ଧରିଛନ୍ତି ।
You Can Read:
ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଧଳା ପୋଷାକରୁ ଆଜି ନାଲି ପୋଷାକ ପିନ୍ଧୁଛି