ଟି20 ବିଶ୍ୱକପ୍ ଟିମରେ ରହିବେନି ଗିଲ୍ ! ଅଶ୍ୱିନ୍ ଦେଲେ ଡେଡ୍ ଲାଇନ୍, ୫ ମ୍ୟାଚ୍ ପରେ...

NEWS7
two-mruta-in-nischintakoili

ନୂଆଦିଲ୍ଲୀ, ୧୬/୧୨:ଶୁଭମନ ଗିଲଙ୍କ ପାଇଁ ଚିନ୍ତାରେ ଟିମ୍ ଇଣ୍ଡିଆ । ଗିଲଙ୍କ ବ୍ୟାଟରେ ବଲ୍ ବାଜୁନି । ଗତ୨୧ଟି ମୁକାବିଲାରେ ସେ ଆଉଟ୍ ଅଫ୍ ଫର୍ମ୍ । ଆଗକୁଟି୨୦ବିଶ୍ୱକପ୍ ଥିବାରୁ ଏବେ ଦଳ ପାଇଁ ଗିଲଙ୍କ ଫର୍ମ ମୁଣ୍ଡବ୍ୟଥା ପାଲଟିଛି । ଏସିଆ କପ୍ ପରେ ଦକ୍ଷିଣ ଆଫ୍ରିକା ସିରିଜରେ ବାରମ୍ବାର ଫେଲ୍ ହେଉଛନ୍ତି ଟିମ୍ ଇଣ୍ଡିଆର ପ୍ରିନ୍ସ୍ ।

ତେବେ ଗିଲଙ୍କ ଫର୍ମକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ସ୍ପିନର୍ ଆର ଅଶ୍ୱିନ୍ । ଯଦି ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦୁଇ ଟି୨୦ରେଫେଲ୍ ହୁଅନ୍ତି ତେବେ ତାଙ୍କୁ ବିଶ୍ୱକପ୍ ଟିମରେ ସାମିଲ କରା ନଯାଉ ବୋଲି ଅଶ୍ୱିନ୍ କହିଛନ୍ତି ।

ଅଶ୍ୱିନ୍ କହିଛନ୍ତି ଯେ, ଶୁଭମନ୍ କେବଳ ଓପନର ନୁହେଁ ସେ ଟି୨୦ଫର୍ମାଟରେ ଦଳର ଉପ ଅଧିନାୟକ ଅଛନ୍ତି । ତାଙ୍କୁ ବାଦ୍ ଦେବା ସହଜ ନୁହେଁ । ତାଙ୍କୁ ଆଉ କିଛି ସୁଯୋଗ ଦେବା ଦରକାର । ତଥାପି ସେ ବିଫଳ ହେଲେ ବିସିସିଆଇ ବଡ ନିଷ୍ପତ୍ତି ନେଇପାରେ ।

ପୂର୍ବତନ ସ୍ପିନର୍ ଆହୁରି କହିଛନ୍ତି ଯେ, ଟିମ୍ ନିଜର ବେଷ୍ଟ୍ ଏକାଦଶକୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତ କରିବା ଦରକାର । ଶୁଭମନ ରନ୍ ନକଲେ ତାଙ୍କ ଜାଗାରେ ସାମସନ୍ କିମ୍ବା ଯଶସ୍ୱୀ ଜୟସ୍ୱାଲ ରହିଛନ୍ତି । କେହି ହେଲେ ଗିଲଙ୍କୁ କମ୍ ଷ୍ଟ୍ରାଇକ୍ ରେଟରେ ରନ୍ କରିବା ଦେଖିବାକୁ ଚାହିଁବେ ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜଅଧାରୁଗିଲଙ୍କୁ ବାହାର କରିହେବ ନାହିଁ । ତେଣୁ ଶେଷ ଦୁଇଟି ମୁକାବିଲାରେ ତାଙ୍କୁ ସୁଯୋଗ ଦେବା ଆବଶ୍ୟକ । ଯଦି ସେ ଫେଲ୍ ହୁଅନ୍ତି ତାହାଲେ ଦଳ ଅଲଟରନେଟିଭ୍ କଥା ବିଚାର କରିପାରେ ବୋଲି ଅଶ୍ୱିନ୍ କହିଛନ୍ତି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ସିରିଜରେ ଗିଲ୍ ପ୍ରଥମ ମୁକାବିଲାରେରନରେ ଆଉଟ୍ ହୋଇଥିଲେ । ଦ୍ୱିତୀୟ ମ୍ୟାଚରେ ତାଙ୍କବ୍ୟାଟରୁ ମାତ୍ରରନ୍ ବାହାରିଥିଲା । ତୃତୀୟ ମୁକାବିଲାରେ ସେ୨୮ରନ୍ କରିଥିଲେ ବି ଷ୍ଟ୍ରାଇକ୍ ରେଟ୍ ଖୁବ୍ ଖରାପ ଥିଲା ।