ପିପିଲି ୨୪।୬: ପିପିଲି ଡେଲାଙ୍ଗ ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ଅଭିଯୋଗ । ଗତ ରବିବାର ଠାରୁ ଦୁଇ ନାବାଳିକା ନିଖୋଜ ହୋଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଦୁଇ ନାବାଳିକା ସାଇକେଲ ଯୋଗେ ଡେଲାଙ୍ଗ ଷ୍ଟେସନ ବଜାରରୁ ଯାଇଥିଲେ । ହେଲେ ସେମାନେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଆଖପାଖ ଅଞ୍ଚଳ ସହ ବନ୍ଧୁବାନ୍ଧବ ଘରେ ବହୁ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି କରି ପରେ ସାଇକେଲଟିକୁ ବଜାର ନିକ ରାସ୍ତା କଡ଼ରୁ ପାଇଥିଲେ । କିନ୍ତୁ ଉଭୟ ନାବାଳିକାଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ ।
ତେବେ ନାବାଳିକାଙ୍କ ନିଖୋଜ ଘଟଣାକୁ ୪ ଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ ।
You Can Read:
ଘରେ ଶୋଇଥିଲେ ଭାଇ-ଭଉଣୀ, ସାପ କାମୁଡାରେ ଚାଲିଗଲା ଉଭୟଙ୍କ ଜୀବନ