ଭୁବନେଶ୍ୱର ୨୪/୦୬: ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାକୁ ନେଇ ତେଜିଛି ରାଜନୀତି । ଶାସକ ବିଜେପିକୁ ଦାୟୀ କରିଛନ୍ତି ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ । ବିଜେଡି କହିଛି ମୋଦକ ଚୋରି ହେଲା କେମିତି? ଯଦି ମୋଦକ ଚୋରି ହେଇଗଲା ତେବେ ଠାକୁର ସୁସ୍ଥ ହେବେ କେମିତି? ରଥାରୁଢ଼ ହୋଇ ଦର୍ଶନ କେମିତି ଦେବେ? ଏହା ନିହାତି ଦାୟିତ୍ଵ ହୀନତା ବିଷୟ । କିଏ ଦାୟିତ୍ୱରେ ଥିଲା, କଣ ତାଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ହୋଇଛି?
ଏତେ ଅନୁଭବୀ ଓ ବରିଷ୍ଠ ଅଧିକାରୀ ଥାଉ ଥାଉ ଏଭଳି ଘଟଣା ଘଟିବ ଆଦୌ ସ୍ପୃହଣୀୟ ନୁହେଁ। ଏହାସହ ସେ କହିଛନ୍ତି ଯେ, ତ୍ରୁଟିଶୂନ୍ୟ ରଥ ଯାତ୍ରା କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କିନ୍ତୁ ଆରମ୍ଭରୁ ତ୍ରୁଟି ଦେଖାଦେଲାଣି । ସରକାର ଏହା ଉପରେ ତୁରନ୍ତ ତଦନ୍ତ କରି ପଦକ୍ଷେପ ନିଅନ୍ତୁ । ସରକାର ତଦନ୍ତ କରି ପଦକ୍ଷେପ ନିଅନ୍ତୁ। ଭକ୍ତଙ୍କ ଭିତରେ ଥିବା ବ୍ୟଥା ଓ ସନ୍ଦେହକୁ ଦୂର କରନ୍ତୁ।
ସେପଟେ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ସେ କହିଛନ୍ତି ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଛି ବିଜେପି । ଓଡ଼ିଆ ଅସ୍ମିତା ରକ୍ଷା କରି ପାରୁନାହାନ୍ତି ସରକାର । ଶେଷରେ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଛି । ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯାଉ । ଶ୍ରୀମନ୍ଦିରର ୪ ଦ୍ୱାରା ଖୋଲି ଦେଇ କହି ବାହାବାହା ନେଉଛନ୍ତି । ଦେଖିଲା ବେଳକୁ ସୁରକ୍ଷା ଦେଇପାରୁନାହାନ୍ତି ।