LIVE TV

୧୩ ଡିଗ୍ରୀକୁ ଖସିପାରେ ସର୍ବନିମ୍ନ ତାପମାତ୍ରା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଖସିବ ପାରଦ

NEWS7
two-militants-killed-in-gunfight-in-j-ks-poonch

ଭୁବନେଶ୍ୱର ୦୫/୧୧: ଦୁଇ ଦିନ ହେଲା ରାଜ୍ୟରେ ରାତିର ତାପମାତ୍ରା ଖସୁଛି । ରବିବାର ରାତିର ତାପମାତ୍ରାଠୁ ସୋମବାର ରାତି ତାପମାତ୍ରା ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ କମିଛି । ଶୀତ ମଧ୍ୟ ଅନୁଭୂତି ହେଲାଣି । ଆଗକୁ ଆହୁରି କମିବାର ସମ୍ଭାବନା ରହିଛି । ମଙ୍ଗଳବାର ୧ ଡିଗ୍ରୀ ତାପମାତ୍ରା ଖସିବାର ସମ୍ଭାବନା ରହିଛି । ବୁଧବାର ତାପମାତ୍ରା ୨ ଡିଗ୍ରୀ ବଢ଼ିବ । କିନ୍ତୁ ଆସନ୍ତା ୭ ତାରିଖରୁ ପୁଣି ଶୀତ ବଢ଼ିବ ।

୮ ତାରିଖରେ କନ୍ଧମାଳର ଅନେକ ଅଞ୍ଚଳରେ ତାପମାତ୍ରା ୧୩ ଡିଗ୍ରୀକୁ ଖସିବାର ସମ୍ଭାବନା ରହିଛି । ରାଉରକେଲାରେ ୧୪ ଡିଗ୍ରୀ, ସମ୍ବଲପୁରରେ ୧୬ ଡିଗ୍ରୀ, ଗଜପତିରେ ୧୫ ଡିଗ୍ରୀ ରାତି ତାପମାତ୍ରା ହେବ । ଉପକୂଳ ଓଡ଼ିଶାରେ ବି ଶୀତ ବଢ଼ିବ ବୋଲି କୃଷି ପାଣିପାଗ ବିଶାରଦ ଡ. ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଗତ ଦୁଇ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ । କିନ୍ତୁ ଆଗାମୀ ୬ରୁ ୭ ଦିନ ଯାଏ ରାଜ୍ୟର ରାତିର ତାପମାତ୍ରାରେ କୌଣସ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ଭୁବନେଶ୍ୱରର ଆଗାମୀ ୨୪ ଘଣ୍ଟା ଯାଏ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ରହିବ । ଆକାଶ ଆଶିଂକ ଭାବେ ମେଘୁଆ ରହିବ । ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ତାପମାତ୍ରା ସ୍ୱାଭାବିକ ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ସ୍ୱଭାବିକ ରହିବ ।

ରବିବାର ଦାରିଙ୍ଗବାଡ଼ିର ରାତିର ତାପମାତ୍ରା ୧୮ ଡିଗ୍ରୀ ଥିବା ବେଳେ ସୋମବାର ଏହା ୩ ଡିଗ୍ରୀ ଖସି ୧୫ ଡିଗ୍ରୀ ହୋଇଛି । ସେହିପରି ଫୁଲବାଣୀର ତାପମାତ୍ରା ୧୮.୫ ଡିଗ୍ରୀରୁ ଖସି ସୋମବାର ୧୫ ଡିଗ୍ରୀ ହୋଇଛି । କୋରାପୁଟର ତାପମାତ୍ରା ୧୬ ଡିଗ୍ରୀ ଥିବା ବେଳେ ଏହାର ୧୫.୪ ଡିଗ୍ରୀ ହୋଇଛି । ରାଜ୍ୟର ୯ଟି ସ୍ଥାନର ସୋମବାର ରାତିର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା ।