ଜୟା ଢାବାରେ ମଟନ ଖାଇଥିଲେ, ପୁରୀ ଯାଇ ପ୍ରାୟଶ୍ଚିତ କଲେ

Published By : Prameya-News7 Bureau | March 10, 2025 IST

ପୁରୀ: ଢାବାରେ ମଟନ ଖାଇଥିଲେ ବୋଲି ପୁରୀ ଯାଇ ପ୍ରାୟଶ୍ଚିତ କଲେ। ଲଣ୍ଡା ହୋଇ ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କଲେ। ଗୋବର ପାଣି ପିଇ ମୁକ୍ତିମଣ୍ଡପର ଶରଣ ପଶିଲେ ମାଳତୀପାଟପୁରର ଦୁଇ ଯୁବକ। ଆପଣ ଭାବୁଥିବେ କାହିଁକି ? ପ୍ରକୃତରେ ଏବେ ଜୟା ଢାବାରେ ମଟନ ଖାଇଥିଲେ। ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା।  

କାରଣ ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ଜୟା ହୋଟେଲରେ ମଟନ ତରକାରୀରେ ଗୋ-ମାଂସର ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣା ସେତେବେଳେ ସାମ୍‌ନାକୁ ଆସିଥିଲା, ଯେତେବେଳେ ଗୋମାଂସ ଚାଲଣ ଅଭିଯୋଗରେ ଜଣେ ଯୁବକଙ୍କୁ ଧରି ପିଟିଥିଲେ ଲୋକେ। ଆଉ ମାଡ଼ ଭୟର ଯୁବକ ଜଣକ ସବୁ କହିଥିଲା। ଯାହାର ଭିଡିଓ ଭାଇରାଲ ହୋଇଥିଲା। 

ଦିନେ ମଟନ ପାଇଁ ଫେମସ ଥିବା ଏହି ହୋଟେଲରେ ପ୍ରବଳ ଭିଡ଼ ଲାଗୁଥିଲା। ଟେଷ୍ଟି ମଟନ ମିଲ୍ ଖାଇବାକୁ ଲୋକଙ୍କ ଧାଡ଼ି ଲାଗୁଥିଲା। ହେଲେ ଏହି ହୋଟେଲରେ ମଟନ୍ ନାଁରେ ଗୋ-ମାଂସ ବିକ୍ରି ନେଇ ଅଭିଯୋଗ ଆସିବା ପରେ ଏଠାରେ ମଟନ ଖାଇଥିବା ଲୋକଙ୍କ ଭିତରେ ଭାଳେଣୀ ପଡ଼ିଯାଇଥିଲା ।

ଏମିତିରେ ଘଟଣା ପ୍ରଘଟ ହେବା ପରେ ଏହି ଦୁଇ ଯୁବକ ଅଜାଣତରେ ଗୋ-ମାଂସ କାଳେ ଭକ୍ଷଣ କରିଛନ୍ତି ସେଥିପାଇଁ ପୁରୀ ଯାଇ ପ୍ରାୟଶ୍ଚିତ କରିଛନ୍ତି । ଦୁଇ ଯୁବକ ମୁଣ୍ଡନ କରିବା ସହ ନରେନ୍ଦ୍ରରେ ସ୍ନାନ କରିଥିଲେ । ଆଉ ଗୋବର ପାଣି ପିଇ ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ଶରଣ ପଶିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.