ଦୁଇ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ଼ ଘଟଣା, ଶତାଧିକ ଲୋକଙ୍କୁ ଉଠାଇ ଆଣିଲା ପୋଲିସ

NEWS7
two-hardcrore-criminals-encountered-by-cuttack-commissionerate-police

ଜଳେଶ୍ୱର ୨୬।୦୨ : ଜଳେଶ୍ବରରେ ୨ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଆକ୍ସନ। ଶତାଧିକ ଲୋକଙ୍କୁ ଉଠାଇ ଆଣିଲା ଜଳେଶ୍ବର ପୋଲିସ । କାଲି ରାଇବଣିଆ ଥାନା ରାଜନଗର ଗାଁରେ ପଶ୍ଚିମବଙ୍ଗର ଦୁଇ ଷ୍ଟେଟବ୍ୟାଙ୍କ ଅଧିକାରୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଟକ ରଖିଲେ ଗ୍ରାମବାସୀ ।

ଏ ଖବର ବି ପଢନ୍ତୁ:- ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

ଖବର ଅନୁଯାୟୀ, SIR କାର୍ଯ୍ୟ ପାଇଁ ଯାଉଥିବା ବେଳେ ୨ ବଙ୍ଗୀୟ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହରେ ଗ୍ରାମବାସୀ ମାଡ଼ ମାରିଥିଲେ । ଏଥିସହିତ ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଅଟକ ରଖିଥିଲେ ଲୋକେ । ଏହି ଘଟଣାରେ ୯୫ଜଣ ମହିଳା ପୁରୁଷଙ୍କୁ ଜଳେଶ୍ୱର ଥାନାରେ ଅଟକ ରଖିଛି ପୋଲିସ । ବୁଧବାର ପଶ୍ଚିମବଙ୍ଗ ଅଞ୍ଚଳର ଷ୍ଟେଟ ବ୍ୟାଙ୍କର ଦୁଇ ଜଣ ଅଧିକାରୀ S.I.R ପାଇଁ ଆସିଥିଲେ। ରାଇବଣିଆ ଥାନା ରାଜନଗର ଠାରେ ଜଣେ ଛୋଟ ପିଲାକୁ ଖଡ଼ିକାକୁ ଯିବା ପାଇଁ ରାସ୍ତା ପଚାରିଥିଲେ। ଏହି ସମୟରେ ଗ୍ରାମବାସୀ ପିଲା ଚୋର ସନ୍ଦେହ କରି ଦୁଇ ଅଧିକାରୀଙ୍କୁ ଅଟକ ରଖି ମାଡ଼ ମାରି ଲହୁ ଲୁହାଣ କରିଥିଲେ। ରାଇବଣିଆ ପୋଲିସ ଉଭୟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ପ୍ରାୟ ଦୁଇ ଘଣ୍ଟା ଅଟକ ରହିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା ବେଳେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଏ ଖବର ବି ପଢନ୍ତୁ:-ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି