ସାମାନ୍ୟ ବର୍ଷାରେ ବୁଡ଼ିଲା ପୋଲ, ୨ ଫୁଟ ଉଚ୍ଚର ପାଣି ପ୍ରବାହିତ

Published By : Prameya-News7 Bureau | May 28, 2025 IST

ବୌଦ୍ଧ ବୌଦ୍ଧ ଜିଲ୍ଲାରେ ହୋଇଥିବା ସାମାନ୍ୟ ବର୍ଷାରେ ବୁଡିଲା ପୋଲ । ପୋଲ ଉପରେ ୨ ଫୁଟ ଉଚ୍ଚରେ ଚାଲିଲା ବର୍ଷା ପାଣି । କଣ୍ଟାମାଳ ବ୍ଲକର ଘଣ୍ଟାପଡ଼ା ମାଣ୍ଡିଆଜୋର ପୋଲ ଉପରେ ଚାଲିଲା ପାଣି l   ଘଣ୍ଟାପଡା ଠାରୁ ରେକଡୋଲ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି l ରେକଡୋଲ ରାସ୍ତାରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ହୋଇଥିବା ବର୍ଷା ଯୋଗୁଁ ମାଣ୍ଡିଆଜୋର ନାଳରେ ପାଣି ବଢ଼ିବାରେ ଲାଗିଥିଲା ଫଳରେ ବୁଧବାର ସକାଳେ ପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ତେବେ ପୋଲରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଣ୍ଟାପଡା ଠାରୁ ରେକଡଲ୍ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ରାସ୍ତାରେ ପାଣି ଚାଲୁଥିବାରୁ ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ରହିଛି । ତେବେ ପାଣି ଧୀରେ ଧୀରେ  କମୁଥିବା ବେଳେ ଲୋକେ ଦୁଃସାହସିକ ଭାବେ ଯାତାୟାତ କରୁଥିବା ବେଳେ ଛୋଟ ଛୁଆ ମାନେ ପାଣି ଭିତରେ ପଶି ପୋଲ ପାର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । 

ସେପଟେ ବର୍ଷା ଋତୁ ଆରମ୍ଭରୁ ହିଁ ଯଦି ଏହି ପୋଲ ଉପରେ ଏଭଳି ଭାବେ ପାଣି ଚାଲୁଛି ତେବେ ଆଗାମୀ ଦିନରେ ବର୍ଷା ଋତୁରେ କିଭଳି ଭାବେ ଲୋକେ ଯାତାୟାତ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଗ୍ରାମବାସୀ । ତେବେ ଏହି ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ଲୋକେ ମେଡିକାଲ, ବ୍ଲକ, ପଞ୍ଚାୟତ କାର୍ଯ୍ୟାଳୟକୁ ମଧ୍ୟ ଯାଇ ପାରୁନଥିବା ବେଳେ ଗ୍ରାମକୁ ଯାଉଥିବା ଲୋକେ ମଧ୍ୟ ପାଣି ଯୋଗୁଁ ଫସି ରହିଛନ୍ତି । ତେବେ ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ଯଥାଶୀଘ୍ର ଏହାର ସମାଧାନ କରିବାକୁ ନେଇ ପ୍ରଶାସନକୁ ଦାବି କରିଛନ୍ତି ଗ୍ରାମବାସୀ । 

You Can Read:

ଭିଜିଲାନ୍ସ ପଞ୍ଝାରେ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ, ୪ ମ୍ୟୁଟେସନ କେସ୍‌ରେ ନେଉଥିଲେ ୬୦ ହଜାର ଟଙ୍କା ଲାଞ୍ଚ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.