ଚାଷ ଜମିରେ ପାଣି ମଡାଉଥିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଳକ-ଭିଣୋଇଙ୍କ ମୃତ୍ୟୁ

Published By : Prameya-News7 Bureau | July 10, 2025 IST

NEWS UPDATE

କଳାହାଣ୍ଡି ୧୦।୭: ଚାଷ ଜମିରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀଙ୍କ ମୃତ୍ୟୁ ହୋଇଛି l ମୃତ ଦୁଇ ଚାଷୀ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଗାଁର ଚାଷି ଧନୁର୍ଯ୍ୟ ମଶ୍ରା ଓ କଛାର ପଡା ଗ୍ରାମର ଅନିରୁଦ୍ଧ ନାଏକ l ସେମାନେ ସମ୍ପର୍କରେ ଶାଳକ ଓ ଭିଣୋଇ ହେବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ଦୁଇ ଜଣ ଚାଷୀ ମୁଣ୍ଡୁରା ନଦୀ କୂଳରେ ଥିବା ଚାଷ ଜମିକୁ ମୋଟର ସାହାଯ୍ୟରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା l ଘଟଣା ପରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ଆମପାଣି ପୋଲିସକୁ ସୂଚନା ଦେଇଥିଲେ l ଖବର ପାଇ ଆମପାଣି ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଶବ ଜବତ କରିଛି ଓ ଘଟଣାର ତଦନ୍ତ ଜାରି ରଖିଛି l ଦୁଇ ଚାଷୀଙ୍କ ଦୁଃଖଦ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।

You Can Read:

ଏମ୍‌ସିଏଲ୍ ଚିଫ୍ ମ୍ୟାନେଜରଙ୍କୁ ଉଠାଇନେଲା ସିବିଆଇ, ବିସ୍ଥାପିତଙ୍କ ଠାରୁ ନେଉଥିଲେ ୨୦ହଜାର ଟଙ୍କା ଲାଞ୍ଚ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.