ଦୁଇଟି ହାତୀ ଦାନ୍ତ ଜବତ କଲା ବନ ବିଭାଗ, ଦୁଇ ଜଣ ଅଟକ

Published By : Prameya-News7 Bureau | May 10, 2024 IST

ରାୟଗଡା ୧୦।୫: ରାୟଗଡା ବନଖଣ୍ଡ କଲ୍ୟାଣସିଂହପୁର ରେଞ୍ଜରେ ବନ ବିଭାଗ ପକ୍ଷରୁ ଦୁଇଟି ହାତୀ ଦାନ୍ତ ଜବତ କରାଯିବା ସହ ଦୁଇ ଜଣଙ୍କୁ ଅଟକ ରଖଯାଇଛି । ରାୟଗଡା ବନଖଣ୍ଡ ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ କଲ୍ୟାଣସିଂହପୁର ବ୍ଲକର ନାରାୟଣପୁର ପଞ୍ଚାୟତର ଶିବମନ୍ଦିରରେ ଚଢ଼ାଉ କରିଥିଲେ । ନାରାୟଣପୁର ପଞ୍ଚାୟତର ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣମଣ୍ଡପ ଦୁଇ ଜଣ ସୁରେନ୍ଦ୍ର ନାହାକ, ଶଙ୍କର କଣ୍ଡାଗରୀ ହାତୀ ଦାନ୍ତ ରଖି ରୋଷେଇ କରୁଥିବା ବେଳେ ଚଢ଼ାଉ କରିଥିଲେ । ଦୁଇ ହାତୀ ଦାନ୍ତ ସହ ଦୁଇ ଜଣଙ୍କୁ କଲ୍ୟାଣସିଂହପୁର ରେଞ୍ଜର ଶିକରପାଇ ସେକ୍ସନରେ ଅଟକ ରଖି ପଚରା ଉଚରା କରିଥିଲେ । 

ସୁରେନ୍ଦ୍ର ନାହାକ କଲ୍ୟାଣସିଂହପୁର ଅଞ୍ଚଳରେ ରହି ମସଲା ବ୍ୟବସାୟ କରୁଥିବା ବେଳେ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ଗାଁ ଶଙ୍କର କଣ୍ଡାଗରୀ ସେ ବିଦ୍ୟୁତ ବିଭାଗରେ ବିଷମ କଟକରେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ କଲ୍ୟାଣସିଂହପୁର ରେଞ୍ଜର ଚନ୍ଦନ ଗମାଙ୍ଗ, ବନପାଳ ନମିତା ବିଡିକା, ସହଦେବ ରାଉତ, ପାରାଗାର୍ଡ ପ୍ରମୁଖ ଉପସ୍ଥିତ ରହିଥିଲେ ।

You Can Read:

ଚାଷ କାମ ସାରି ଫେରୁଥିଲେ ଚାଷୀ, ବଜ୍ରାଘାତରେ ଚାଲିଗଲା ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.