ବଣାଇ ଥାନା ଅଞ୍ଚଳରେ ଅଘଟଣ, ବିଷାକ୍ତ ସାପ କାମୁଡ଼ାରେ ଗଲା ୨ ଜୀବନ

Published By : Prameya-News7 Bureau | June 30, 2025 IST

ବଣାଇ ୩୦।୦୬ :  ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳର ଅଘଟଣ । ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ମୃତକ କଟୁରୀ ଧୁଆ ଗାଁର ନାବାଳିକା ରଶ୍ମି ଓରାମ ହୋଇଥିବା ବେଳେ ଆଉ ଜଣେ ନରେନ୍ଦ୍ର ଗାଁର ଅଜିତ ଓରାମ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରୁ ଆସିଛି ଦୁଃଖଦ ଖବର । କଟୁରୀ ଧୁଆ ଗାଁରେ ନାବାଳିକା ରଶ୍ମି ଓରାମ ଘରେ ଶୋଇଥିବା ବେଳେ ବିଶାକ୍ତ ସାପ କମୁଡିଥିଲା । ଏହାପରେ ତାଙ୍କୁ ତୁରନ୍ତ ବଣାଇ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଅନ୍ୟପଟେ ନରେନ୍ଦ୍ର ଗାଁର ଅଜିତ ଓରାମ ଘରୁ ବାହାରକୁ ଉଠିଥିବା ବେଳେ ସାପ କାମୁଡ଼ି ଦେଇଥିଲା । ଯାହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରୁ ଆଣିଥିଲେ । ହେଲେ ସେଠାରେ ବି ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ତେବେ ଗତ କିଛି ଦିନ ହେବେ ଏହି ଅଞ୍ଚଳରେ ବର୍ଷା ଲାଗିରହିଥିବାରୁ ଏଭଳି ଅଘଟଣ ଘଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.