ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ଟ୍ରକ ଧକ୍କାରେ ସ୍ୱାମୀ-ସ୍ତ୍ରୀ ମୃତ

Published By : Prameya-News7 Bureau | May 08, 2024 IST

ଭୁବନେଶ୍ୱର ୦୮।୦୫: ରାଜଧାନୀରେ ପୁଣି ହିଟ୍‌ ଆଣ୍ଡ ରନ୍‌ । ରାସ୍ତା ପାରି ହେଉଥିବା ବେଳେ ଦମ୍ପତ୍ତିଙ୍କ ଉପରେ ଚଢିଗଲା ଟ୍ରକ । ଭୁବନେଶ୍ୱର ପଳାଶୁଣି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । 

ଖବର ଅନୁଯାୟୀ, ପଳାଶୁଣି ଛକ ନିକଟରେ ସ୍ୱାମୀ-ସ୍ତ୍ରୀ ରାସ୍ତା ପାର୍‌ ହେଉଥିଲେ । ଏହି ସମୟରେ ଏକ ଟ୍ରକ୍‌ ଆସି ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା । ଏପିରିକି ଟ୍ରକ ଧକ୍କାରେ ପଳାଶୁଣି ଛକ ନିକଟରେ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କ ସତ୍ୟବିହାର ଛକ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚିଛି । ହେଲେ ସେତେବେଳକୁ ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା । ଏବେ ଯାଏଁ ଦମ୍ପତ୍ତିଙ୍କର ପରିଚୟ ମିଳିନଥିବା ବେଳେ ଦୁଇଟି ମୃତଦେହକୁ ଜବତ କରି ମେଡିକାଲର ପଠାଇଛି  ପୋଲିସ । ଏହାସହ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ମଞ୍ଚେଶ୍ୱର ଥାନା ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.