ମନ୍ଦିର ନିକଟରୁ ମିଳିଲା ଦୁଇ ଯୁବକଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | April 16, 2025 IST

BREAKING NEWS

ବଲାଙ୍ଗୀର ୧୬।୦୪ : ବଲାଙ୍ଗୀର ସଦର ଥାନା ମଠଖାଇ ମନ୍ଦିର ନିକଟରେ ଅଘଟଣ । ଜଙ୍ଗଲ ଭିତରୁ ମିଳିଲା ଦୁଇ ଯୁବକଙ୍କ କ୍ଷତାକ୍ତ ମୃତଦେହ । ଏକ ବାଇକ୍‌ ମଧ୍ୟ ମୃତଦେହ ନିକଟରେ ପଡିଥିବାର ଦେଖିବାକୁ ମିଳିଛି । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି । 

ଖବର ଅନୁଯାୟୀ, ବୁଧବାର ବଲାଙ୍ଗୀର ସଦର ଥାନା ମଠଖାଇ ମନ୍ଦିର ନିକଟ ଜଙ୍ଗଲରେ ଦୁଇ ଜଣ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକ । ଏହାପରେ ତୁରନ୍ତ ବଲାଙ୍ଗୀର ସଦର ଥାନାକୁ ଖବର ଦେଇଥିଲେ । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରିଛି । ଏହାସହ ଏହା ହତ୍ୟା ନା ଆତ୍ମହତ୍ୟା । ତାକୁ ନେଇ ମଧ୍ୟ ଛାନ୍‌ଭିନ୍‌ କରୁଛି ପୋଲିସ । ବର୍ତ୍ତମାନ ଯାଏଁ ଦୁଇ ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହତ୍ୟାର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.