ସିଲଭର ସିଟିରେ ମର୍ଡର, ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା !

NEWS7
two-daughter-of-hemananda-biswal-contested-from-congress-and-bjd-losses

କଟକ ୧୧।୦୧ : ସିଲଭର ସିଟିରେ ହତ୍ୟାକାଣ୍ଡ। କଟକ ଖାନ୍ ନଗର ଅଞ୍ଚଳରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ରାସ୍ତା କଡ଼ରେ ପଡ଼ି ରହିଛି ମୃତଦେହ। ମୃତ ଯୁବକ ପୁରୀଘାଟ ଥାନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ତେବେ କିଏ ଓ କାହିଁକି ଯୁବକଙ୍କୁ ହତ୍ୟା କରିଛି, ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।