ପୁରୀରେ ପୁଣି ଫୁଟିଲା ବୋମା, ଜାଗାଘର ଉପରକୁ ୨ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ

Published By : Prameya-News7 Bureau | August 08, 2025 IST

ପୁରୀ ୮।୮: ପୁଣି ପୁରୀରେ ବୋମାମାଡ । ନୂଆ ମୋଚି ସାହି ଛକ ନିକଟରେ ଥିବା ତୋଟା ଜାଗାଘର ଉପରକୁ ବୋମାମାଡ ହୋଇଛି । ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ଦୁଇଟି ବୋମାମାଡ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଟାଉନ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।‌ ତେବେ ବୋମାମାଡରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ସୂଚନା ମିଳିଛି । 

ବୋମାମାଡ ସମୟର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତଦନ୍ତ ପରେ କିଏ ଏବଂ କାହିଁକି ବୋମାମାଡ କଲେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ବୋମାମାଡ ହୋଇଥିବା ଜାଗାଘରେ ଟାଉନ କଂଗ୍ରେସ କାର୍ଯ୍ୟାଳୟ ଥିବା ମଧ୍ୟ ଜଣାପଡିଛି ।

You Can Read:

ହୋମ୍‌ଗାର୍ଡ ପରୀକ୍ଷାରେ ଅଘଟଣ : ଦୌଡୁଥିବା ବେଳେ ଅସୁସ୍ଥ ହୋଇ ପ୍ରାଣ ହରାଇଲେ ଆଶାୟୀ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.