LIVE TV

ପାକିସ୍ତାନରେ ଆତଙ୍କୀ ଟ୍ରେନିଂ , ପୁଣି ପଠାଇଲେ ଆଫଗାନିସ୍ତାନ ; ISIS ଯୋଦ୍ଧା କଲେ ଏଲଇଟିର ପର୍ଦ୍ଦାଫାଶ

NEWS7
two-arrested-in-dj-truck-powerline-case-in-bhadrak

ନୂଆଦିଲ୍ଲୀ – କୁହାଯାଏ ଯେବେ ଦୁଇ ବନ୍ଧୁ ଶତ୍ରୁ ହୋଇଯାନ୍ତି ତ ସେମାନେ ଆହୁରି ଭୟଙ୍କର ହୋଇଯାନ୍ତି। ପାକିସ୍ତାନ ଓ ତାଲିବାନ ସହ ମଧ୍ୟ କିଛି ସେମିତି ହିଁ ସ୍ଥିତି ସୃଷ୍ଟି ହୋଇଛି। କାଲି ସୁଦ୍ଧା ଏହି ଦୁହେଁ ସହଯୋଗୀ ଥିଲେ, କିନ୍ତୁ ଆଜି ଏ ପରସ୍ପର ପ୍ରତି ରକ୍ତର ହୋଲି ଖେଳୁଛନ୍ତି ଏବଂ ପରସ୍ପର ଭିତରେ ନିଜ ନିଜର ରହସ୍ୟ ଖୋଲିବାରେ ଲାଗିଛନ୍ତି। ଏହାର ସ୍ପଷ୍ଟ ପ୍ରମାଣ ଏକ ଭିଡିଓ। ପ୍ରକୃତ କଥା ହେଲା, ଆଫଗାନ ତାଲିବାନ ପାକିସ୍ତାନରୁ ଗିରଫ ଜଣେ ଆଇଏସଆଇଏସ  ଯୋଦ୍ଧାଙ୍କର ସ୍ୱୀକାରୋକ୍ତିର ଭିଡ଼ିଓ ଜାରି କରିଛି, ଯେଉଁଥିରେ ଲସ୍କର-ଏ-ତୈୟବା (ଏଲଇଟି) ସହ ଜଡ଼ିତ ସୀମା ପାର ଭର୍ତ୍ତି , ଆତଙ୍କ ପ୍ରଶିକ୍ଷଣ ଓ ଅନୁପ୍ରବେଶର ପର୍ଦ୍ଦାଫାସ କରିଛି।

ତାଲିବାନ ଗୁଇନ୍ଦା ଏଜେନ୍ସି ସହ ଜଡ଼ିତ ଚ୍ୟାନେଲ ଦ୍ୱାରା ଜାରି ଏହି ଭିଡ଼ିଓରେ ମହମ୍ମଦ ଏଜେନ୍ସିର ପ୍ଲର୍ମନ ଗାଁର ଜଣେ ପାକିସ୍ତାନୀ ନାଗରିକ ସଇଦୁଲ୍ଲାହଙ୍କୁ ଦେଖାଯାଇଛି , ଯି ବିସ୍ତୃତ ଭାବେ କହୁଛନ୍ତି ଯେ ଆଇଏସଆଇଏସ-କେ ସହ ଅଭିଯାନ ପାଇଁ ଆଫଗାନିସ୍ତାନରେ ଦାଖଲ ହେବା ପୂର୍ବରୁ ତାଙ୍କୁ କିପରି ମୌଳବାଦୀ କରାଯାଇ ଥିଲା ଏବଂ ଆତଙ୍କୀ ଶିବିରରେ ତାଲିମ ଦିଆଯାଇଥିଲା ।

ତାଙ୍କର ଦାବି ଯେ,ବଲୁଚିସ୍ତାନର କ୍ୱେଟା ନିକଟରେ ପାହାଡିଆ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ କୌଶଳର ପ୍ରଶିକ୍ଷଣ ବେଳେ ଜଣେ ବ୍ୟକ୍ତି ଓସାମା ତାଙ୍କୁ ଆଦର୍ଶଗତ ଭାବେ ମାର୍ଗଦର୍ଶନ ଦେଇଥିଲେ। ସଇଦୁଲ୍ଲାହ କହିଛନ୍ତି ଯେ, ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେ ପେଶାୱର ଫେରି ଆସିଥିଲେ, କିନ୍ତୁ କିଛି ମାସ ପରେ ଜଣେ ଆତଙ୍କୀ ନୁସରତ ତାଙ୍କୁ ଆଫଗାନିସ୍ତାନରେ ଆଇଏସଆଇଏସର ମୋର୍ଚ୍ଚାରେ ସାମିଲ ପାଇଁ ଉସୁକାଇ ଥିଲା।

ସଇଦୁଲ୍ଲାହଙ୍କ ଅନୁସାରେ , ଯେବେ ମୁଁ ମନା କଲି , ତ ନୁସରତ ମୋ ପାଇଁ ଏକ ଜାଲ ଆଫଗାନ ପରିଚୟ ପତ୍ର ପ୍ରସ୍ତୁତ କରାଇ ଥିଲା। ମୋତେ ଶରଣାର୍ଥୀ ଭାବେ ଆଫଗାନିସ୍ତାନ ପଠାଇ ଦେଲା । ମୁଁ ତୋରଖମ ସୀମା ପାରି ହୋଇ ଜଲାଲାବାଦରେ ପହଞ୍ଚିଲି , ସେଠାରେ ମୋତେ ମୁଖାପିନ୍ଧୀ ଲୋକଙ୍କ ବାତରେ ଧରାଇ ଦିଆଗଲା ଯେଉଁମାନେ କହିଥିଲେ ଯେ ଇଏ  ପାକିସ୍ତାନରୁ ଆମର ଭାଇ ଆସିଛି।

ଧରାପଡ଼ିଥିବା ଏହି ଆତଙ୍କୀ ଏହା ମଧ୍ୟ ଖୁଲାସା କରିଛି ଯେ ଆଫଗାନିସ୍ତାନରେ ସେ ପାଖାପାଖି ୨୦ଟି ବିଦେଶୀ ଯୋଦ୍ଧାଙ୍କ ସହ କାମ କରିଥିଲା ଏବଂ ଶେଷରେ  ଅନୁତାପ କରି ତାଲିବାନର ଇସଲାମି ଏମିରଟ ପ୍ରତି ଆନୁଗତର ପ୍ରକାଶ କରିଥିଲା।