LIVE TV

ବିହାର ବିଧାନସଭା ନିର୍ବାଚନ ପାଇଁ ୭୧ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି, ତାରାପୁରରୁ ଲଢିବେ ସମ୍ରାଟ ଚୌଧୁରୀ

NEWS7
two-accused-arrested-in-murder-case-in-subarnapur

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ପ୍ରଥମ ଲିଷ୍ଟ ଜାରି କରିଛି । ପ୍ରଥମ ତାଲିକାରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁରରୁ ଟିକଟ ଦିଆଯାଇଛି । ତାଙ୍କ ବ୍ୟତୀତ ପ୍ରଥମ ତାଲିକାରେ ରାମକୃପାଳ ଯାଦବ, ସଞ୍ଜୀବ ଚୌରସିଆ, ବିଜୟ ସିହ୍ନ, ଶ୍ରେୟସୀ ସିଂହ ଓ ମଙ୍ଗଳ ପାଣ୍ଡେଙ୍କ ପରି ବରିଷ୍ଠଙ୍କ ନାଁ ରହିଛି । ପାର୍ଟିର ପ୍ରଥମ ଲିଷ୍ଟରେ ୯ ମହିଳାଙ୍କ ନାଁ ରହିଛି । ବିଧାନସଭା ବାଚସ୍ପତି ନନ୍ଦ କିଶୋର ଯାଦବଙ୍କୁ ପାର୍ଟି ଟିକଟ୍ ଦେଇନାହିଁ । ନୀତୀଶ ସରକାରରେ ଥିବା ୧୨ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବିଜେପି ପୁଣି ଥରେ ଟିକଟ ଦେଇଛି ।  ଚଳିତ ଥର ବିହାର ନିର୍ବାଚନ ପାଇଁ ବିଜେପି ୧୦୧ ଆସନରେ ନିର୍ବାଚନ ଲଢିବାକୁ ଥିବା ବେଳେ ଜେଡିୟୁ ୧୦୧ ଓ ବଳକା ଆସନରେ ଅନ୍ୟ ସହଯୋଗୀ ଲଢିବେ ।

ଟିକଟ କଟିବା ପରେ ନନ୍ଦକିଶୋର କହିଛନ୍ତି, 'ମୁଁ ଭାରତୀୟ ଜନତା ପାର୍ଟିର ନିଷ୍ପତ୍ତି ସହ ଅଛି । ବିଜେପି ମୋତେ ବହୁତି କିଛି ଦେଇଛି । ପାର୍ଟିକୁ ନେଇ କୌଣସି ଅଭିଯୋଗ ନାହିଁ । ନୂଆ ପିଢିକୁ ସ୍ୱାଗତ । ସେ ଆହୁରି କହିଛନ୍ତି ଯେ ପାଟନା ସାହିବ ବିଧାନସଭାର ଲୋକ ମୋତେ ଲଗାତାର ୭ଥର ବିଜୟୀ କରାଇଥିଲେ । ବିଜେପି ପ୍ରାର୍ଥୀ ଭାବେ ମୋତେ ଯେଉଁ ସ୍ନେହ ଓ ଭଲ ପାଇବ ଦେଇଛନ୍ତି, ମୁଁ କେବେ ବି ଭୁଲି ପାରିବି ନାହିଁ ।'

ତାରାପୁରରୁ ଟିକଟ ମିଳିବା ପରେ ସମ୍ରାଟ ଚୌଧୁରୀ କହିଛନ୍ତି, 'ବିହାର ବିଧାନସଭା ନିର୍ବାଚନ-୨୦୨୫କୁ ନେଇ ଭାରତୀୟ ଜନତା ପାର୍ଟି ଦ୍ୱାରା ଘୋଷିତ ସବୁ ପ୍ରାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକମନା । ପ୍ରଧାନମନ୍ତ୍ରୀ ମୋଦୀ ଓ ନୀତୀଶ କୁମାରଙ୍କ କାର୍ଯ୍ୟ, ଏନଡିଏର ଏକତା ଓ ଆପଣ ସମସ୍ତଙ୍କ ପରିଶ୍ରମରୁ ସବୁ ସିଟରେ ବିଜୟଶ୍ରୀ ସ୍ପଷ୍ଟ ।'

ବିହାରରେ ଚଳିତ ଥର ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ୱର ୬ରେ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୧୧ରେ ହେବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ୧୮ ଜିଲ୍ଲାର ୧୨୧ ବିଧାନସଭା ଆସନରେ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି ଓ ଅକ୍ଟୋବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ । ନଭେମ୍ୱର ୧୪ରେ ଭୋଟ୍ ଗଣତି ହେବ ।