ମୃତ୍ୟୁଦଣ୍ଡରୁ ମୁକ୍ତି ପାଇଲେ ଦୁଇ ଅଭିଯୁକ୍ତ, ପ୍ରମାଣ ଅଭାବରୁ ହେଲେ ଖଲାସ

Published By : Prameya-News7 Bureau | July 21, 2025 IST

ଆଠମଲ୍ଲିକ: ମୃତ୍ୟୁଦଣ୍ଡରୁ ମୁକ୍ତି ପାଇଲେ ଦୁଇ ଅଭିଯୁକ୍ତ। ପ୍ରମାଣ ଅଭାବରୁ ହାଇକୋର୍ଟ ସେମାନଙ୍କୁ ଖଲାସ କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହି ୨ ଆସାମୀ ହେଲେ ଆଠମଲ୍ଲିକ ଅଞ୍ଚଳର ପ୍ରକାଶ ବେହେରା ଓ ନନ୍ଦ କିଶୋର ସେଠୀ। ନିଜ ପରିବାରର ୩ ଜଣଙ୍କୁ ହତ୍ୟା କରିଥିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଉଭୟଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ ଆଠମଲ୍ଲିକ ଏଡିଜେ କୋର୍ଟ।

ଆଠମଲ୍ଲିକ କିଶନ ନଗର ଥାନା ଅଞ୍ଚଳରେ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ଘଟିଥିଲା ଏହି ଘଟଣା। ପରିବାରର ୩ ଜଣଙ୍କ ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ। ପତ୍ନୀଙ୍କୁ ଘରେ, ସ୍ଵାମୀ  ଓ ଆଠ ବର୍ଷର ପୁଅକୁ ଅପହରଣ କରି ୨୫ କିଲୋମିଟର ଦୂରରେ ହତ୍ୟା କରିଥିଲେ ଦୁର୍ବୃତ୍ତ। ତେବେ ଆବଶ୍ୟକୀୟ ପ୍ରମାଣ ଅଭାବରୁ ନିମ୍ନ ଅଦାଲତରେ ମୃତ୍ୟୁ ଦଣ୍ଡ ପାଇଥିବା ଅଭିଯୁକ୍ତମାନଙ୍କୁ ଆଜି ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.