ନୂଆଦିଲ୍ଲୀ ୨୧।୦୭: ୧୮ ଜୁଲାଇରେ ମୁକ୍ତିଲାଭ କରିଛି ଫିଲ୍ମ ସୈୟାରା । ଅହାନ ପାଣ୍ଡେଙ୍କ ସହିତ ଲିଡ୍ ହିରୋଇନ ଭାବେ ନଜର ଆସିଛନ୍ତି ଅନୀତ ପଡ୍ଡା । ଫିଲ୍ମ ସୈୟାରା ଏବେ ସବୁଠି ଆଲୋଚନା କେନ୍ଦ୍ରବିନ୍ଦୁ ସାଜିଛି । କିନ୍ତୁ ଜାଣନ୍ତି କି ସୈୟାରାର ମୁଖ୍ୟ ଅଭିନେତ୍ରୀ ଅନୀତ ପଡ୍ଡା କେତେ ପାଠପଢିଛନ୍ତି ?
ସୈୟାରାରେ ଅନୀତଙ୍କର ଜବରଦସ୍ତ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ବଡ଼ ଛାପ ଛାଡିଛି । ସେ ବହୁତ କମ୍ ବୟସରେ ଏତେ ଲୋକପ୍ରିୟତା ହାସଲ କରିଛନ୍ତି। ଅନୀତ ପଡ୍ଡାଙ୍କ ଜନ୍ମ ୧୪ ଅକ୍ଟୋବର ୨୦୦୨ରେ ପଞ୍ଜାବର ଅମୃତସରରେ ହୋଇଥିଲା। ସେ ଅମୃତସରରୁ ହିଁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଛନ୍ତି । ଏହି ଅଭିନେତ୍ରୀ ଅମୃତସରର ସ୍ପ୍ରିଙ୍ଗ ଡେଲ୍ ସିନିୟର ସ୍କୁଲରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢିଥିଲେ।
ତାଙ୍କର ଆଗକୁ ପଢିବା ପାଇଁ ସେ ରାଜଧାନୀ ଦିଲ୍ଲୀକୁ ବାଛିଥିଲେ । ଅନୀତ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତେବେ ସେ ପାଠପଢା ବ୍ୟତୀତ ଗୀତ ଗାଇବାରେ ମଧ୍ୟ ଖୁବ୍ ପାରଙ୍ଗମ।
ସାୟାରା ଅଭିନେତ୍ରୀ ମଡେଲିଂରୁ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ଯାହା ପରେ ତାଙ୍କୁ ଅନେକ ୱେବ୍ ସିରିଜ୍ ଏବଂ ବିଜ୍ଞାପନରେ ଦେଖିବାକୁ ମିଳିଥିଲା। ଅନିତା ପଡ୍ଡା ୨୦୨୨ରେ କାଜୋଲଙ୍କ ସହିତ ସଲାମ୍ ଭେଙ୍କିରେ ମଧ୍ୟ କାମ କରିଛନ୍ତି । ଏହି ଫିଲ୍ମରେ ସେ ନନ୍ଦିନୀ ଭୂମିକାରେ ନଜର ଆସିଥିଲେ। ସେ ୱେବ୍ ସିରିଜ୍ ବିଗ୍ ଗାର୍ଲ୍ସ ଡୋଣ୍ଟ କ୍ରାଇରେ ରୁହି ଭୂମିକା ଜବରଦସ୍ତ ଅଭିନୟ କରିଥିଲେ । ଏବେ ସାୟାରା ମାଧ୍ୟମରେ ସେ ତାଙ୍କୁ ପରିଚୟ ମିଳିଛି ।