ଲଞ୍ଚ୍ ହେଲା ଦେଶର ପ୍ରଥମ ବ୍ଲୁଟୁଥ୍ କନେକ୍ସନ ଥିବା ଇଲେକ୍ଟ୍ରିକ୍ ଅଟୋ: ଥରେ ଚାର୍ଜ କଲେ ଯିବ…

Published By : Prameya-News7 Bureau | January 20, 2025 IST

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଦେଶର ପ୍ରଥମ ବ୍ଲୁଟୁଥ କନେକ୍ସନ ଥିବା ଇଲେକ୍ଟ୍ରିକ୍ ଅଟୋ ଟିଭିଏସ ଇଭି ମ୍ୟାକ୍ସ। ଜାନୁଆରୀ ୨୦ ତାରିଖରେ କମ୍ପାନୀ ଏହାକୁ ଲଞ୍ଚ କରିଛି। ଏହା ଏକ ପରିବେଶ ଉପଯୋଗୀ ଯାନ ବୋଲି କମ୍ପାନୀ କହିଛି। ତେବେ ଏହି ଅଟୋ ବର୍ତ୍ତମାନ ସବୁ ରାଜ୍ୟକୁ ମିଳିବ ନାହିଁ। କିଛି ନିର୍ଦ୍ଦିଷ୍ଟ ରାଜ୍ୟରେ କମ୍ପାନୀ ଏହାର ଡେଲିଭରି ଦେବ ବୋଲି କହିଛି। 
ଏହି ନୂଆ ଅଟୋ ଉତ୍ତର ପ୍ରଦେଶ, ବିହାର, ଜମ୍ମୁ ଏବଂ କାଶ୍ମୀର, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର କିଛି ନିର୍ଦ୍ଦେଷ୍ଟ ଡିଲରସିପ୍‌ରେ ଉପଲବ୍ଧ କରାଯିବ। ଏହାର ଏକ୍ସ ଶୋ’ରୁମ ମୂଲ୍ୟ ୨,୯୫,୦୦୦ ହଜାର ଟଙ୍କା ରଖା ଯାଇଛି। ଏହା ଦେଶର ପ୍ରଥମ ବ୍ଲୁଟୁଥ ସଂଯୋଗ ଥିବା ଇଲେକ୍ଟ୍ରିକ ତିନି ଚକିଆ ଯାନ ବୋଲି କମ୍ପାନୀ ଦାବି କରିଛି। 

କମ୍ପାନୀ କହିଛି “ ପରିବେଶ ଅନୁକୁଳତା ସହିତ ବ୍ଲେଣ୍ଡିଂ-ଏଜ୍ ଟେକ୍ନୋଲୋଜୀ ଯୁକ୍ତ ଟିଭିଏସ କିଂ ଇଭି ମ୍ୟାକ୍ସର ଥରେ ରିଚାର୍ଜ କଲେ ୧୭୯ କିମି ରହିଛି। ସହରି ପରିବହନ ପାଇଁ ଏହା ଏକ ଉତ୍ତମ ମାଧ୍ୟମ ହେବ।” ଗ୍ରାହକଙ୍କୁ ସୁବିଧା ପାଇଁ କମ୍ପାନୀ ଏଥିରେ ୬ ବର୍ଷର/(୧୫୦,୦୦୦) କିମିର ୱାରେଣ୍ଟି ଦେଉଛି। କେବଳ ସେତିକି ନୁହେଁ, ଅଟୋ ନେବାର ୩ ବର୍ଷ ପର୍ଯ୍ୟନ୍ତ ସପ୍ତାହର ୭ ଦିନ ୨୪ ଘଣ୍ଟା କମ୍ପାନୀ ବିଭିନ୍ନ ସର୍ଭିସ ଯୋଗାଇ ଦେବ।  


ଏହି ଅଟୋରେ TVS SmartXonnect™ ଲାଗିଥିବାରୁ ଏହା ଗ୍ରାହକଙ୍କୁ ସେମାନଙ୍କର ସ୍ମାର୍ଟଫୋନ୍ ମାଧ୍ୟମରେ ସିଧାସଳଖ ରିଅଲ୍-ଟାଇମ୍ ଭେଇକଲ ଡାଇଗ୍ନୋଷ୍ଟିକ, ନେଭିଗେସନ, ଏବଂ ଆଲର୍ଟ ଆଦି ଆକ୍ସେସ ଦିଆଯିବ। TVS King EV MAXରେ ଉଚ୍ଚ-କ୍ଷମତା ସମ୍ପନ୍ନ ୫୧.୨ଭି ଲିଥିୟମ-ଆୟନ ଏଲଏଫ୍‌ପି ବ୍ୟାଟେରୀ ଦିଆଯାଇଛି। ଯାହା ଦ୍ରୁତ ଚାର୍ଜିଂକୁ ସହଜ କରିବ। ମାତ୍ର ୧ ଘଣ୍ଟା ୧୫ ମିନିଟରେ ୦-୮୦% ଚାର୍ଜ ଏବଂ ୩.୫ ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବ। ଏହା ଘଣ୍ଟା ପ୍ରତି ସର୍ବାଧିକ ୬୦ କିମି ବେଗରେ ଯାଇପାରିବ। ଏଥିରେ ତିନୋଟି ଭିନ୍ନ ଡ୍ରାଇଭିଂ ମୋଡ୍ - ଇକୋ, ସିଟି ଏବଂ ପାୱାର ଫିଚର ଦିଆଯାଇଛି। କମ୍ପାନୀ ଅନୁଯାୟୀ, ଟିଭିଏସ କିଙ୍ଗ୍ ମାକ୍ସରେ ୫୦୦ ମିଲିମିଟର ପାଣିରେ ବି ଚାଲିପାରିବ। ଗାଡ଼ି ଟି ମାତ୍ର ୩.୭ ସେକେଣ୍ଡରେ ୩୦ କିମିର ବେଗ ଧରିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.