ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌, ୩୦ ମିଟର ଗାତ ସୃଷ୍ଟି ସୂଚନା

Published By : Prameya-News7 Bureau | May 26, 2025 IST

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବୌଦ୍ଧ ଅଡେଣିଗଡ଼ ନିକଟରେ ଟନେଲ୍‌ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଟନେଲ ଭୁଶୁଡ଼ିବା ଫଳରେ ପ୍ରାୟ ୩୦ ମିଟର ଗାତ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

ତେବେ ଦୁର୍ଘଟଣା ବେଳେ ଟନେଲ୍‌ ଭିତରେ କୌଣସି ଶ୍ରମିକ ନଥିବା ପୂର୍ବତଟ ରେଳବାଇ ସ୍ପଷ୍ଟ କରିଛି । ଦୁର୍ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.