ଜାପାନ-ଦକ୍ଷିଣ କୋରିଆକୁ ଟ୍ରମ୍ପଙ୍କ ଝଟକା, ୨୫% ଟାରିଫ ଲଗାଇଲା ଆମେରିକା

Published By : Prameya-News7 Bureau | July 07, 2025 IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଏବଂ ଜାପାନରୁ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଏହି ଘୋଷଣା କରିଛନ୍ତି । ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ କହିଛନ୍ତି ଯେ ଏହି ଶୁଳ୍କ ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ । ଦକ୍ଷିଣ କୋରିଆ ଏବଂ ଜାପାନ ଏହି ଶୁଳ୍କ ଦ୍ୱାରା ପ୍ରଥମେ ପ୍ରଭାବିତ ହେବେ । ଟ୍ରମ୍ପ ଜାପାନ ପ୍ରଧାନମନ୍ତ୍ରୀ ଇଶିବା ଶିଗେରୁ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗଙ୍କୁ ପଠାଇଥିବା ଚିଠିର ସ୍କ୍ରିନସଟ୍ ସେୟାର କରିଛନ୍ତି । ଟ୍ରମ୍ପ ଜୋର ଦେଇଛନ୍ତି ଯେ ଏହି ହାର ଆମେରିକା ଏବଂ ସେମାନଙ୍କ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ଦୂର କରିବା ପାଇଁ ଆବଶ୍ୟକ ହାର ତୁଳନାରେ ବହୁତ କମ୍ ।

ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଳ୍କ ଅଗଷ୍ଟ ୧ରୁ ଲାଗୁ ହେବ ବୋଲି କୁହାଯାଉଥିଲା । ଭାରତ ସମେତ ଅନେକ ଦେଶ ସହିତ ବାଣିଜ୍ୟ ଆଲୋଚନା ଜୋର ହେବା ମଧ୍ୟରେ ଏହା ଏକ ଅସ୍ଥାୟୀ ଆଶ୍ୱସ୍ତି ପରି । ପୂର୍ବରୁ ଆମେରିକାର ଶୁଳ୍କ ଜୁଲାଇ ୯ରୁ ଲାଗୁ ହେବାର ଥିଲା । ଏହା ପୂର୍ବରୁ ରବିବାର ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକ୍ ଏହି ଶୁଳ୍କ ଆଶ୍ୱସ୍ତି ଘୋଷଣା କରିଥିଲେ । 

ଟ୍ରମ୍ପ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଜଲାଇ ୯ ସୁଦ୍ଧା ଅଧିକାଂଶ ଦେଶ ସହ ଚୂଡ଼ାନ୍ତ ବୁଝାମଣା ମଧ୍ୟମରେ କାମ ପୂରା କରାଯିବ । ଟ୍ରମ୍ପ କହିଛନ୍ତି ଯେ ୧୫ ଭିନ୍ନ ଭିନ୍ନ ଜିନିଷ ଉପରେ ଚର୍ଚ୍ଚା କରିବା ଅପେକ୍ଷା ନୋଟିସ ପଠାଇବା ବହୁତ ଭଲ । ଯଦି ଆପଣ ଆମେରିକା ସହ ବାଣିଜ୍ୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହା ପୈଠ କରିବାକୁ ପଡ଼ିବ । ଏହା ପୂର୍ବରୁ ଏପ୍ରିଲରେ ଟ୍ରମ୍ପ ଆମେରିକାର ଅଧିକାଂଶ ବାଣିଜ୍ୟିକ ସହଯୋଗୀଙ୍କ ଉପରେ ୧୦ ପ୍ରତିଶତ ବେସ୍ ଟାରିଫ୍ ଓ ପରେ ୫୦ ପ୍ରତିଶତ ଯାଏ ଅତିରିକ୍ତ ଶୁଳ୍କ ଲାଗୁ କରିବା ନେଇ ଘୋଷଣା କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.