ବିଜେପି କାହାକୁ କରିବ ରାଜ୍ୟସଭା ପ୍ରାର୍ଥୀ, ପ୍ରଭାରୀ ଦେଲେ ବଡ଼ ସଙ୍କେତ

NEWS7
trump-said-this-after-visiting-tajmahal

ଭୁବନେଶ୍ୱର ୨୬।୦୨ : ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି। ଗୁରୁବାର କିମ୍ବା ଶୁକ୍ରବାର ମଧ୍ୟରେ ବସିବ ସଂସଦୀୟ ବୋର୍ଡ ବୈଠକ । ଏହି ବୈଠକରେ କିଏ ଯିବ ରାଜ୍ୟସଭା, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲସିଂ ତୋମାର ସୂଚନା ଦେଇଛନ୍ତି ।

ପ୍ରଭାରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟସଭା ଲାଗି ଓଡ଼ିଶାରେ ୪ଟି ଆସନ ଖାଲି ହେବାକୁ ଯାଉଛି । ଯେଉଁଥି ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଗୁରୁବାର କିମ୍ବା ଶୁକ୍ରବାର ମଧ୍ୟରେ ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ବସିବ । ଏହି ବୈଠକରେ ହିଁ ପ୍ରାର୍ଥୀ କିଏ ହେବ । ତାଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କୋର କମିଟି ବୈଠକରେ ଯେଉଁ ନିଷ୍ପତ୍ତି ନିଆଯାଇଛି । ତାହା ସଂସଦୀୟ ବୋର୍ଡକୁ ପଠାଇଛି । ଶେଷ ନିଷ୍ପତ୍ତି ସଂସଦୀୟ ବୋର୍ଡ ହିଁ ନେବ । ଦିନେ ଦି ଦିନ ଭିତରେ ନାମ ଘୋଷଣା ହୋଇପାରେ।

​​​​​​​