ଇରାନ ଉପରେ ପୁଣି କଣ ବୋମା ମାଡ଼ କରିବ ଆମେରିକା ? ଖାମେନିଙ୍କ ବିଦେଶ ମନ୍ତ୍ରୀଙ୍କ ଉପରେ କ୍ରୋଧିତ ହୋଇ ଧମକ ଦେଲେ ଟ୍ରମ୍ପ

Published By : Prameya-News7 Bureau | July 22, 2025 IST

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବିଦେଶ ମନ୍ତ୍ରୀ ଅବାସ୍‌ ଅରାଗଚିଙ୍କ ବିବୃତ୍ତିରେ ଖୁବ୍‌ ରାଗି ଯାଇଛନ୍ତି ,ଅରାଗଚି କହିଥିଲେ ଯେ ,ତାଙ୍କ ଦେଶ ନିଜର ୟୁରେନିୟମ ଶକ୍ତି ବୃଦ୍ଧି ପ୍ରୋଗ୍ରାମ ଛାଡ଼ିବ ନାହିଁ। ଅରାଗଚିଙ୍କ ଏହି ବିବୃତ୍ତିରେ ଟ୍ରମ୍ପ ଇରାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଇରାନ ୟୁରେନିୟମ ଶକ୍ତି ବୃଦ୍ଧି କରିବା ଜାରି ରଖେ ତ ଆବଶ୍ୟକ ପଡ଼ିଲେ ଇରାନ ଉପରେ ପୁଣି ବୋମା ବର୍ଷା କରିବ।  

ଟ୍ରମ୍ପ ନିଜର ସୋସିଆଲ ମିଡ଼ିଆ ସାଇଟ୍‌ ଟ୍ରୁଥ୍‌ରେ ଲେଖିଛନ୍ତି ଯେ, ଆମେରିକାର ହମଲାରେ ଇରାନର ମୁଖ୍ୟ ପରମାଣୁ କେନ୍ଦ୍ର ଗୁଡ଼ିକର ଖୁବ୍‌ କ୍ଷତି ହୋଇଛି ଏବଂ ଯଦି ଆବଶ୍ୟକ ପଡ଼େ ତ ଆମେରିକା ପୁଣି ଥରେ ଇରାନ ଉପରେ ବିମାନ ଆକ୍ରମଣ କରିବ।

ଟ୍ରମ୍ପଙ୍କ ଏହି ଟିପ୍ପଣୀ ପୂର୍ବରୁ ଇରାନୀ ବିଦେଶ ମନ୍ତ୍ରୀ ଅରାଗଚି ନିଜର ୟୁରେନିୟମ ବୃଦ୍ଧି ପ୍ରୋଗ୍ରାମକୁ ରାଷ୍ଟ୍ରୀୟ ଗୌରବର ବିଷୟ କହିଛନ୍ତି। ଫକ୍ସ ନ୍ୟୁଜ୍‌ ସହ କଥା ହୋଇ ସେ କହିଛନ୍ତି ଯେ, ଆମେରିକା ଚାହୁଁଛି ଯେ, ଇରାନ ନିଜର ୟୁରେନିୟମ ଶକ୍ତି ବୃଦ୍ଧି ପ୍ରୋଗ୍ରାମ ବନ୍ଦ କରି ଦେଉ , କିନ୍ତୁ ଇରାନ ନିଜର ଏହି ପ୍ରୋଗ୍ରାମକୁ ଚାଲୁ ରଖିବ।

ସେ କହିଛନ୍ତି , ଆମେ ଆମର ଏହି ପ୍ରୋଗ୍ରାମକୁ ଛାଡ଼ି ପାରିବୁ ନାହିଁ , କାରଣ ଏହା ଆମର ନିଜର ବୈଜ୍ଞାନିକଙ୍କର ଉପଲବ୍ଧି ଏବଂ ବର୍ତ୍ତମାନ ଏହା ତା ଠାରୁ ଅଧିକ ଆମ ପାଇଁ ରାଷ୍ଟ୍ରୀୟ ଗୌରବର ପ୍ରଶ୍ନ ହୋଇଯାଇଛି। ଆମର ସମୃଦ୍ଧି ଆମ ପାଇଁ ବହୁତ ପ୍ରିୟ।

ଆମେରିକା ସବୁବେଳେ ଇରାନର ନ୍ୟୁକ୍ଲିୟର ପ୍ରୋଗ୍ରାମ ଉପରେ ପ୍ରଶ୍ନ ଉଠାଇଛି ଏବଂ ଏହା ଇରାନର ୟୁରେନିୟମ ଶକ୍ତି ବୃଦ୍ଧିକୁ ରୋକିବାକୁ ଚେଷ୍ଟା କରିଛି। ଆମେରିକାର ସନ୍ଦେହ ଯେ, ଇରାନ ପରମାଣୁ ବୋମା ତିଆରି ପାଇଁ ଯଥେଷ୍ଟ ୟୁରେନିୟମ ବୃଦ୍ଧି କରିନେବ , ଯାହା ମଧ୍ୟ-ପୂର୍ବରେ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଆମେରିକା ଚାହୁଁଛି ଯେ , ଇରାନରେ ୟୁରେନିୟମ ସମୃଦ୍ଧି ଉପରେ ସଂପୂର୍ଣ୍ଣ ରୂପେ ରୋକ୍‌ ଲାଗୁ। କିନ୍ତୁ ଅରାଗଚି ସ୍ପଷ୍ଟ କରି ଦେଇଛନ୍ତି ଯେ, ଇରାନ ଆମେରିକାର ଏହି ଡିମାଣ୍ଡରେ କେବେ ବି ରାଜି ହେବ ନାହିଁ।

ଗତ ମାସରେ ଆମେରିକା ସମର୍ଥିତ ଇସ୍ରାଏଲୀୟ ହମଲାରେ ଇରାନର କିଛି ପରମାଣୁ କେନ୍ଦ୍ରର ଖୁବ୍‌ କ୍ଷତି ହୋଇଥିଲା। ଇରାନର ପରମାଣୁ ପ୍ରୋଗ୍ରାମକୁ ନଷ୍ଟ କରିବା ପାଇଁ କରାଯାଇ ଥିବା ହମଲା ସତ୍ତ୍ୱେ, ଇରାନ ନିଜର ଉଦ୍ଦେଶ୍ୟରେ ଅଟଳ ରହିଛି। ଅରାଗଚୀ କହିଛନ୍ତି , ଆମର କେନ୍ଦ୍ର ଗୁଡ଼ିକରେ ଖୁବ୍‌ କ୍ଷତି ହୋଇଛି। କ୍ଷତିର ଆକଳନ ଏବେ ଆମର ପରମାଣୁ ଶକ୍ତି ସଙ୍ଗଠନ କରୁଛି। କିନ୍ତୁ ଯେପର୍ଯ୍ୟନ୍ତ ମୋତେ ଜଣା ଯେ, କେନ୍ଦ୍ର ଗୁଡ଼ିକୁ ଖୁବ୍‌ କ୍ଷତି ହୋଇଛି।

ସେ ଏହା ବି କହିଛନ୍ତି ଯେ, ହମଲାର କାରଣ ହୋଇଥିବା ଧ୍ୱଂସ ଯୋଗୁଁ ୟୁରେନିୟମ ଶକ୍ତି ବୃଦ୍ଧିର ଗତିବିଧିକୁ ଅସ୍ଥାୟୀ ଭାବେ ରୋକି ଦିଆଯାଇଛି। ହେଲେ , ସେ ଏହା କହି ନାହାନ୍ତି ଯେ, ହମଲା ପରେ କିଛି ୟୁରେନିୟମ ବଳକା ରହିଛି ନା ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.