ନବୀନ ନିବାସରେ ମାନସ ମନ୍ଥନ, ଦଳକୁ ମଜବୁତ୍ କରିବା ପାଇଁ ବିଭିନ୍ନ ଗଠନମୂଳକ ଆଲୋଚନା

NEWS7
trump-challenges-biden-to-golf-game-ahead-of-2024-election-at-doral-rally

ଭୁବନେଶ୍ବର ୨୭।୨: ନବୀନ ନିବାସରେ ବସିଥିବା ବିଜେଡି ବିଧାୟକ ଦଳ ବୈଠକ ଶେଷ ହୋଇଛି । ରାଜ୍ୟସଭା ନିର୍ବାଚନ ଓ ସାଙ୍ଗଠନିକ ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ବିଜେଡିର ବରିଷ୍ଠ ନେତା ଓ ବିଧାୟକ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ବୈଠକ ପରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଆଜି ରାଜ୍ୟସଭା ସିଟ୍ ବାବଦରେ କିଛି ଆଲୋଚନା ହୋଇନାହିଁ । ଏହି ଖବର ଜାଣିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ସବୁ ନିଷ୍ପତି ନବୀନ ପଟ୍ଟନାୟକ ନେବେ । ଆଜି କେବଳ ଦଳକୁ ମଜବୁତ୍ କରିବା ପାଇଁ ବିଭିନ୍ନ ଗଠନମୂଳକ ଆଲୋଚନା କରାଯାଇଛି ବୋଲି ଅରୁଣ ସାହୁ କହିଛନ୍ତି ।

ଏ ଖବର ବି ପଢନ୍ତୁ:- ମଦ ନୀତି ମାମଲାରେ କେଜରିୱାଲ ଓ ସିସୋଦିଆ ନିର୍ଦ୍ଦୋଷରେ ଖଲାସ, କୋର୍ଟ କହିଲେ ନଥିଲା ଷଡ଼ଯନ୍ତ୍ର

କିଏ ହାତେଇବେ ରାଜ୍ୟସଭା ୪ର୍ଥ ଆସନ । ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହି ପ୍ରଶ୍ନ ଏବେ ସବୁ ରାଜନୈତିକ ଦଳଙ୍କୁ ଘାରିଲାଣି । ଯେହେତୁ ୪ର୍ଥ ସିଟ୍ ପାଇଁ କାହା ପାଖରେ ବି ସଂଖ୍ୟା ନାହିଁ ସେଥିପାଇଁ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ଭିତରେ ଟଣାଓଟରା ଚାଲିଛି । ଏହାରି ଭିତରେ କଂଗ୍ରେସ ରାଜ୍ୟସଭା ଫର୍ମ କିଣି ଗୁଗୁଲି ଫିଙ୍ଗିଛି ।

ଏ ଖବର ବି ପଢନ୍ତୁ:- ପାରାଦୀପରେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ପଛରେ ରହିଛି କି ବୟଫ୍ରେଣ୍ଡର ହାତ ? ଦୁଇ ଜଣକୁ ଗିରଫ ସୂଚନା

କଂଗ୍ରେସ ବିଜେଡିକୁ ସମର୍ଥନ ଦେବାକୁ ରାଜିଥିବା ବେଳେ ବିଜେଡି କିନ୍ତୁ କାର୍ଡ ଖୋଲୁନି । ଗତକାଲିଠୁ ବିଜେଡି ରାଜ୍ୟସଭା ପାଇଁ ୬ ସେଟ୍ ଫର୍ମ କିଣିସାରିଛି । ଏହାସହ ଚତୁର୍ଥ ସିଟ୍ ହାତେଇବ ବୋଲି ଦମ୍ଭ ଦେଖାଇଛି ଦଳ । ପିଏସି କମିଟିରେ ବିଚାର ବିମର୍ଶ ହୋଇ ରଣନୀତି ସରିଛି, ଖୁବଶୀଘ୍ର ନାମ ଘୋଷଣା ହୋଇଯିବ ବୋଲି ବିଜେଡ଼ି କହିଛି ।

ଏ ଖବର ବି ପଢନ୍ତୁ:- କଂଗ୍ରେସର ରାଜ୍ୟସଭା କସରତ, ୩ ସେଟ୍ ଫର୍ମ ନେଲେ ବିଧାୟକ ସତ୍ୟଜିତ ଗମାଙ୍ଗ

ଏପଟେ ଶାସକ ଦଳ ବିଜେପି ନିଜର କାର୍ଡ ଖୋଲୁନି । ଦଳର କୋର କମିଟି ବୈଠକ ପରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ସଂସଦୀୟ ବୋର୍ଡକୁ ପଠାଯାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିବା ପରେ ରାଜ୍ୟସଭା ନେଇ ଚର୍ଚ୍ଚା ବଢିଛି । ଦିନେ ଦୁଇ ଦିନ ଭିତରେ ସଂସଦୀୟ ବୋର୍ଡରେ ବିଜେପି ପ୍ରାର୍ଥିଙ୍କ ନାମ ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି । କିନ୍ତୁ ଚତୁର୍ଥ ଆସନକୁ ନେଇ ବିଜେପି କନଫିଡେଣ୍ଟ ଥିବାବେଳେ ବିଜେଡି ସମର୍ଥନ ପାଇଁ ପ୍ରତିଶ୍ରୁତି ମିଳିଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି ।