Live Live
LIVE

ଇରାନ, ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କହିଛନ୍ତି କ’ଣ?

NEWS7
truck-hits-bike-2-dies-1-critical

ମୁମ୍ବାଇ ୭।୩ : ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ଇରାନ ଓ ଆମେରିକା-ଇସ୍ରାଏଲ ଯୁଦ୍ଧକୁ ନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି। ସେ କହିଛନ୍ତି ବୈଶ୍ୱିକ ସ୍ତରରେ ବଢୁଥିବା ଉତ୍ତେଜନା ପୃଷ୍ଠଭୂମିରେ ଭାରତକୁ ଶାନ୍ତି ପାଇଁ ପଦକ୍ଷେପ ନେବା ଉଚିତ। ଉଲ୍ଲେଖଯୋଗ୍ୟ ଯେ ପିଛିଲା ୧ ସପ୍ତାହ ହେଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଛି। ଆମେରିକା ଓ ଇସ୍ରାଏଲ ମିଳିତ ରୂପେ ତେହେରାନ ଉପରେ ଆକ୍ରମଣ କରୁଛନ୍ତି। ଏଥିରେ ଇରାନ ସୁପ୍ରିମ ଲିଡର ଅୟାତୋଲ୍ଲା ଅଲି ଖେମେନିଙ୍କ ସମେତ ଅନେକ ବଡ଼ ନେତା ଓ ସୈନ୍ୟ ଅଧିକାରୀ ପ୍ରାଣ ହରାଇଛନ୍ତି।

ଏଥିରେ ଆନ୍ନା ହଜାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ସମୟରେ ବିଶ୍ୱ ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତି ଦେଇ ଗତି କରୁଛି। ଅଲଗା ଅଲଗା ଦେଶଙ୍କ ମଧ୍ୟରେ ବଢୁଥିବା ଉତ୍ତେଜନା ଓ ସଂଘର୍ଷ କାରଣରୁ ସାଧାରଣ ନାଗରିକଙ୍କ ଜୀବନ ଅସୁରକ୍ଷିତ ହୋଇପଡିଛି। ନିକଟରେ ଘଟିଥିବା ଘଟଣା ମାନଙ୍କରେ ନିରପରାଧ ମହିଳା, ଶିଶୁ ଓ ପରିବାରଙ୍କ ଉପରେ ପଡୁଥିବା ପ୍ରଭାବର ଖବର ଅତ୍ୟନ୍ତ ପୀଡ଼ା ଦାୟକ। ଭାରତର ସଂସ୍କୃତି ଅହିଂସା ଓ ଶାନ୍ତିର, ଆମ ଦେଶ ସର୍ବଦା ବିଶ୍ୱକୁ ବାର୍ତ୍ତା ଓ ଶାନ୍ତିର ମାର୍ଗ ପ୍ରଦର୍ଶନ କରିଆସିଛି। ଏଭଳି ସମୟରେ ଭାରତ ଭଳି ଏକ ବଡ଼ ଗଣତାନ୍ତ୍ରିକ ଦେଶ ପକ୍ଷରୁ ମାନବତା ଓ ଶାନ୍ତିର ବାର୍ତ୍ତା ଯିବା ଅତ୍ୟନ୍ତ ଆବଶ୍ୟକ।

ଆନ୍ନା ହଜାରେ ଲେଖିଛନ୍ତି ଯେ ଆଜି ବିଶ୍ୱକୁ ଅସ୍ତ୍ରଶସ୍ତ୍ର ନୁହେଁ ବରଂ ବିଶ୍ୱାସ ଓ ବାର୍ତ୍ତାର ଆବଶ୍ୟକତା ରହିଛି। ଯୁଦ୍ଧରେ କେବଳ ବିନାଶ ହୁଏ ବାର୍ତ୍ତା ଦ୍ୱାରା ସମାଧାନ ଓ ସ୍ଥିରତାର ରାସ୍ତା ବାହାରେ। ଏଣୁ ମୋର ବିନମ୍ର ପ୍ରାର୍ଥନା ଭାରତ ନିରପେକ୍ଷ ଓ ଦାୟିତ୍ୱବାନ ଭୂମିକା ନିର୍ବାହ କରି ବୈଶ୍ୱିକ ସ୍ତରରେ ଶାନ୍ତି ଓ ବାର୍ତ୍ତାର ଉଦ୍ୟମ କରୁ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଠାଇଥିବା ପତ୍ରରେ ଆନ୍ନା ହଜାରେ କହିଛନ୍ତିଯେ ଆପଣଙ୍କ ନେତୃତ୍ୱରେ ଭାରତ ଅନେକ ବୈଶ୍ୱିକ ପ୍ରସଙ୍ଗରେ ସକରାତ୍ମକ ଭୂମିକା ନିର୍ବାହ କରିଛି। ଏଣୁ ଏହି ସମ୍ବେଦନଶୀଳ ସମୟରେ ଯଦି ଭାରତ ମାନବତା ଓ ଶାନ୍ତି ପକ୍ଷରେ ଆଗକୁ ଆସେ, ତେବେ ଏହା ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ପ୍ରେରଣାଦାୟକ ହେବ। ମାନବତାର ହୀତ ଓ ନିରପରାଧା ନାଗରିକଙ୍କ ସୁରକ୍ଷା ଲାଗି ଭାରତକୁ ଶାନ୍ତିର ମାର୍ଗ ଆଗକୁ ବଢାଇବା ଦରକାର, ଏହା ହିଁ ମୋର ବିନମ୍ର ଅପେକ୍ଷା।

ଉଲ୍ଲେଖଯୋଗ୍ୟ ଯେ ଗତ ଏକ ସପ୍ତାହ ହେଲା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ ଓ ଆମେରିକା ମିଳିତ ରୂପେ ତେହେରାନ ଉପରେ ଆକ୍ରମଣ କରୁଛନ୍ତି। ଏଥିରେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖେମେନିଙ୍କ ସମେତ ଅନେକ ବଡ଼ ନେତା ଓ ସୈନ୍ୟ ଅଧିକାରୀ ପ୍ରାଣ ହରାଇଛନ୍ତି। ଏହାର ଜବାବରେ ଇରାନ ମଧ୍ୟପ୍ରାଚ୍ୟର ଅନେକ ଦେଶରେ ଥିବା ଆମେରିକୀୟ ସାମରିକ ଘାଟିକୁ ମିଜାଇଲ ମାଡ଼ କରିଛି। ସପ୍ତାହକ ପରେ ମଧ୍ୟ ଏହି ସଂଘର୍ଷ ଜାରି ରହିଛି।