ଅଭାବନୀୟ ! ବଜ୍ରାଘାତରେ ହେଲପର ମୃତ, ଡ୍ରାଇଭର ଗୁରୁତର

Published By : Prameya-News7 Bureau | June 09, 2025 IST

BREAKING NEWS

ଯାଜପୁର ରୋଡ: ଗାଧୋଉଥିବାବେଳେ ଚାଲିଗଲା ଟ୍ରକ ହେଲପରଙ୍କ ଜୀବନ। ଗୁରୁତର ଆହତ ହେଲେ ଡ୍ରାଇଭର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର କୋରେଇ ଥାନା ରଗଡ଼ି ଛକ ନିକଟରେ। ମୃତ ଟ୍ରକ ହେଲପରଙ୍କ ନାଁ ଦିଲ୍ଲୀପ ନାୟକ। ସେହିଭଳି ଗୁରୁତର ଆହତ ଡ୍ରାଇଭର ପପୁଙ୍କର ଚିକିତ୍ସା ଜାରି ରହିଛି।

ସୂଚନା ଅନୁଯାୟୀ, ଉଭୟ ଏକ ଢ଼ାବା ସମ୍ମୁଖରେ ଟ୍ରକ ରଖି ଗାଧୋଉଥିବା ବେଳେ ଘଟିଛି ଏହି ଅଘଟଣ। ମୃତକ ଅନୁଗୁଳ ଜିଲ୍ଲା ବଜ୍ରକୋଟ ଅଞ୍ଚଳର ଦିଲ୍ଲୀପ ନାୟକ ହୋଇଥିବାବେଳେ ଆହତ ଟ୍ରକ ଚାଳକ ଜଣଙ୍କ କେନ୍ଦୁଝର ଜିଲ୍ଲା କଲଣ୍ଡା ଅଞ୍ଚଳର ପପୁ ଖୁଣ୍ଟିଆ ବୋଲି ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.