ଯାଜପୁର ୨୯।୦୧ : ବୁଧବାର ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ୱନକ୍ଷତ୍ର ( ଜନ୍ମୋତ୍ସବ) ପାଳନ ହେଉଛି । ଶୃଙ୍ଖଳିତ ଦର୍ଶନ କରିବାକୁ ମନ୍ଦିରରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ପରମ୍ପରା ଅନୁସାରେ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତ କିପରି ଶୃଙ୍ଖଳିତ ଦର୍ଶନ କରିବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବ୍ରହ୍ମମୂହୂର୍ତ୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱନକ୍ଷତ୍ର ବିହିତ ମହାସ୍ନାନ କରାଯାଇଛି । ସ୍ନାନ ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଏହାପରେ ସିଂହାସନ ଉପରେ ଷୋଡ଼ଶ ଉପଚାର ପୂଜାବିଧି କରାଯାଇଛି । ତେବେ ଆଜିର ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଆସି ମା’ଙ୍କୁ ଦର୍ଶନ କରିଥାନ୍ତି । ଯାହାକୁ ଶୃଙ୍ଖଳିତ ଭାବେ କରିବାକୁ ମନ୍ଦିର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁରା ମନ୍ଦିରକୁ ଫୁଲ ଏବଂ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।