ନୂଆଦିଲ୍ଲୀ: ତ୍ରିପୁରାରେ ପଦ୍ମ ପତାକା ଉଡ଼ାଇଛି ବିଜେପି । ଲୋକସଭା ନିର୍ବାଚନରେ ସମସ୍ତ ଆସନକୁ ଦଳ ପୋଛି ନେଇଛି । ବିଜେପି ବରିଷ୍ଠ ନେତା ବିପ୍ଲବ କୁମାର ଦେବ ଓ କ୍ରୀତି ଦେବୀ ଦେବାରମାନଙ୍କୁ ବୃହତ ବିଜୟ ମିଳିଛି । ପଶ୍ଚିମ ତ୍ରିପୁରା ଲୋକସଭା କ୍ଷେତ୍ରରେ ବିପ୍ଲବ କୁମାର ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ରାଜ୍ୟ କଂଗ୍ରେସ ପ୍ରାର୍ଥୀ ଅଶିଷ୍ କୁମାର ଶାହାଙ୍କୁ ପ୍ରାୟ ୫ ଲକ୍ଷ ଭୋଟରେ ପରାସ୍ତ କରିଛନ୍ତି । ତେବେ ଏହି ବୃହତ ବିଜୟ ପରେ ବିପ୍ଲବ କୁମାରଙ୍କ ଆଖି ମୁଖ୍ୟମନ୍ତ୍ରୀଙ୍କ ଚେୟାର ଉପରେ ପଡ଼ିଛି । ତ୍ରିପୁରା ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାଣିକ୍ ଶାହାଙ୍କ ସ୍ଥାନ ନେବାକୁ ଚେଷ୍ଟା କରୁଛନ୍ତି ।
ତ୍ରିପୁରା ବିଜେପି ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ବିପ୍ଲବ କୁମାର । ତ୍ରିପୁରା ରାଜନୀତିରେ ତାଙ୍କୁ ଚାଣକ୍ୟ ବୋଲି କୁହାଯାଏ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ବିପ୍ଲବ କୁମାର ଦେବ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ମାନିକ୍ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭା ନିର୍ବାଚିତ ହୋଇଥିଲେ ଏବଂ ନରେନ୍ଦ୍ର ମୋଦି ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନରେ ପଶ୍ଚିମ ତ୍ରିପୁରା ଲୋକସଭା କ୍ଷେତ୍ରରେ ସେ ତାଙ୍କ ପ୍ରତିଦ୍ବନ୍ଦି କଂଗ୍ରେସ ପ୍ରାର୍ଥୀ ଅଶିଷ୍ କୁମାର ଶାହାଙ୍କୁ ପରାସ୍ତ କରିଛନ୍ତି । ତ୍ରିପୁରାରେ ବିଜେପି ବିଜୟ ଆଗରେ ଫେଲ୍ ମାରିଛି ଇଣ୍ଡି ମେଣ୍ଟ । ତେବେ ନିର୍ବାଚନରେ ବିଜେପି ବରିଷ୍ଠ ନେତା ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଆସନକୁ ଫେରିବେ ବୋଲି କୁହାଯାଉଛି ।