ଗୁଣି ଗାରେଡ଼ି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ, ଗଡ଼ିଲା ତିନି ମୁଣ୍ଡ

Published By : Prameya-News7 Bureau | March 18, 2025 IST

ବ୍ରହ୍ମପୁର: ଗୁଣି ଗାରେଡ଼ି ସନ୍ଦେହରେ ଗୋଷ୍ଠୀ ସଂଘର୍ଷରୁ ଗଡ଼ିଲା ତିନି ମୁଣ୍ଡ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ବାହାରପୁର ପଞ୍ଚାୟତ ଖାରି ପଲ୍ଲୀ ଗ୍ରାମରେ ଘଟିଛି ଟ୍ରିପଲ୍  ମର୍ଡର l  ଗୁଣି ଗାରେଡ଼ି ସନ୍ଦେହରେ ବାପା ପୁଅଙ୍କୁ ହତ୍ୟା କରାଯାଇଛି l ମୃତ ବାପା ପୁଅ ହେଲେ ଖଦାଳ ବେହେରା, ରତ୍ନାକର ବେହେରା l ଅପର ପକ୍ଷରେ ବାପ ପୁଅର ପାଲଟା ଆକ୍ରମଣରେ ଚାରି ଜଣ ଗ୍ରାମବାସୀ ଗୁରୁତର ହୋଇଥିବା ବେଳେ ଧକକୋଟ ମେଡିକରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି l ମୃତ ଗ୍ରାମବାସୀ ଜଣଙ୍କ ହେଲେ ରମେଶ ବେହେରାl 

ସୂଚନା ଅନୁଯାୟୀ, ତିନି ବର୍ଷ ପୂର୍ବରୁ ଗ୍ରାମବାସୀ ମାନେ ବାପା ପୁଅକୁ ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମରୁ ବାସନ୍ଦ କରିଥିଲେ l ଏହି କାରଣକୁ ନେଇ ବାପ ପୁଅ ଓ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ରହିଥିଲା l ଆଜି ଗ୍ରାମବାସୀ ଓ ବାପା ପୁଅ ମାନଙ୍କ ଭିତରେ ବଚସା ହୋଇଥିଲା l ଫଳରେ ଗ୍ରାମବାସୀ ମାନେ ବାପା ପୁଅକୁ ଆକ୍ରମଣ କରିଥିଲେ l ଅପର ପକ୍ଷରେ ଗ୍ରାମବାସୀଙ୍କୁ ପାଲଟା ଆକ୍ରମଣ କରିଥିଲେ ବାପା ପୁଅ l 

Also read: ୭ ଘଣ୍ଟା ପରେ ନବଙ୍କ ଘରୁ ବାହାରିଲା କ୍ରାଇମବ୍ରାଞ୍ଚ ଟିମ୍, ପୁଅ ବିଶାଲ କହିଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ଅପେକ୍ଷାରେ ଅଛୁ

ତେବେ ଗ୍ରାମବାସୀଙ୍କ ଆକ୍ରମଣରେ ବାପା ପୁଅଙ୍କ ମୃତ ହୋଇଥିବା ବେଳେ l ବାପା ପୁଅଙ୍କ ଆକ୍ରମଣରେ ମେଡିକାଲ୍ ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଗୁରୁତର ଧକରୋଟ ମେଡିକାଲରେ ଚିକିତ୍ସିତ ହଉଛନ୍ତି l  ଅପର ପକ୍ଷରେ ଘଟଣାସ୍ଥଳରେ ଆସିକା ଏସଡିପିଓ ଙ୍କ ସମେତ ବଡଗଡ ଓ ଧରାକୋଟ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.