ମିଳିଲା ହାସ୍ୟ ଅଭିନେତା ଗୁରୁଙ୍କ ହଜିଥିବା ମୋବାଇଲ୍, ମୃତ୍ୟୁକୁ ନେଇ ଏବେବି ରହସ୍ୟରେ ପରିବାର

NEWS7
trinamool-mp-haque-raises-in-rs-concerns-over-alleged-declining-radio-cricket-commentary-standard-read-more-at--httpswwwaninewsinnewssportscrickettrinamool-mp-haque-raises-in-rs-concerns-over-alleged-declining-radio-cricket-commentary-

ଭଦ୍ରକ ୧୨।୧୨: ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଏବେବି ରହସ୍ୟ ଘେରରେ । ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିଛନ୍ତି । ତେବେ ଗୁରୁ ପୃଷ୍ଟିଙ୍କର ମୃତ୍ୟୁ ପରେ ହଜିଯାଇଥିବା ତାଙ୍କ ମୋବାଇଲ୍ ଫେରିପାଇଲେ ସମ୍ପର୍କୀୟ । ଦୁର୍ଘଟଣା ପରେ ଗୋଟିଏ ମୋବାଇଲ ପୋଲିସକୁ ମିଳିଥିବା ବେଳେ ତାଙ୍କର ହଜିଥିବା ମୋବାଇଲକୁ ପାଇ ଲୋକେ ଧାମନଗର ଥାନାରେ ଜିମା ଦେଇଥିଲେ ।

ତେବେ ଗୁରୁଙ୍କ ପରିବାର ଲୋକେ ଧାମନଗର ଥାନାରୁ ଦୁଇଟି ମୋବାଇଲ୍ ନେଇଛନ୍ତି । ଗୁରୁଙ୍କ ସମ୍ପର୍କୀୟ କହିଛନ୍ତି ଯେ, ଏବେ ପର୍ଯ୍ୟନ୍ତ ଗୁରୁଙ୍କ ମୃତ୍ୟୁକୁ ନେଇ ସନ୍ଦେହରେ ଅଛନ୍ତି । ତେବେ ଗୁରୁଙ୍କ ମୃତ୍ୟୁକୁ ନେଇ ତାଙ୍କ ସ୍ତ୍ରୀ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚିଙ୍ଗୁଡ଼ିପୁର ଠାରେ ସଡ଼କ ଦୁର୍ଘଟଣାରେ ଗୁରୁଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତତ୍ୟୁ ଏବେବି ରହସ୍ୟଘେରରେ ପ୍ରଥମେ କୁହାଗଲା ଦୁର୍ଘଟଣାଜନିତ । କିନ୍ତୁ ହତ୍ୟା ଷଡ଼ଯନ୍ତ୍ରର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ଆହୁରି ସନ୍ଦେହ ବଢାଇଥିଲା ଭାଇରାଲ୍ ଭିଡିଓ । ଦିବଂଗତ ଅଭିନେତା ଗୁରୁ ପୃଷ୍ଟିଙ୍କ ବିଧବା ପତ୍ନୀ ମିଡିଆ ଆଗରେ କରିଥିଲେ ହତ୍ୟା ଅଭିଯୋଗ । ସେ ନିର୍ଦ୍ଦିଷ୍ଟ ଭାବେ ଜଣେ ମହିଳା ଅଭିନେତ୍ରୀଙ୍କ କଥା କହୁଥିଲେ । ତାଙ୍କ ସନ୍ଦେହ ଓ ଅଭିଯୋଗର ଆଧାର ବି ସେହି ଭାଇରାଲ୍ ଭିଡିଓ ଥିଲା । ପୋଲିସରେ ଏ ନେଇ ସେ ଅଭିଯୋଗ କରିନଥିଲେ ମଧ୍ୟ ସ୍ବାମୀଙ୍କ ହଜିଥିବା ମୋବାଇଲ୍ ଫେରି ପାଇବାକୁ ଆକୁଳ ନିବେଦନ କରିଥିଲେ । ତାଙ୍କ ସ୍ବାମୀଙ୍କ ଅପମୃତ୍ୟୁ ପଛରେ ଏକ ଭୟଙ୍କର ଷଡ଼ଯନ୍ତ୍ର ଥିବା ଗୁରୁଙ୍କ ପତ୍ନୀ କହିଥିଲେ

​​​​​​​

କୁହାଯାଉଥିଲା ସେହି ଅଭିନେତ୍ରୀଙ୍କ ସହ ଗୁରୁଙ୍କର ସମ୍ପର୍କ ଅତି ନିବିଡ଼ ଥିଲା । ସବୁବେଳେ ଫୋନ୍‌ରେ କଥା ହେଉଥିଲେ ଉଭୟ । ହ୍ବାଟ୍‌ସଆପ୍‌ ଚାଟ୍‌ରେ ବି ଭାବର ଆଦାନପ୍ରଦାନ ହେଉଥିଲା ପ୍ରଥମେ ଯାତ୍ରାପାର୍ଟିରେ ଏକାଠି କାମ କରୁଥିଲେ ଗୁରୁ ଏବଂ ସେଇ ଅଭିନେତ୍ରୀ । ଆଉ ସେହି ଯାତ୍ରା ମଞ୍ଚରୁ କୁଆଡେ ଉଭୟ ହୋଇଥିଲେ ନିକଟତର । ବିବାହ ପରେ ବି ଉଭୟଙ୍କ ମଧ୍ୟରେ ଚାଲିଥିଲା ଲୁଚାଛପା ପ୍ରେମ । ଯାହା ପ୍ରମାଣିତ କରିଥିଲା ଭାଇରାଲ୍ ହେଉଥିବା ଉଭୟଙ୍କର କିଛି ଚାଟ୍ ଆଉ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ । ଆହୁରି ମଧ୍ୟ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯାହାକି ମୃତ୍ୟୁ ଦିନର । ସମୟ ଥିଲା ଦିନ ୪ଟା ୩୦ । ଯେଉଁ ଭିଡିଓରେ ଗୁରୁ ଏବଂ ସେହି ଅଭିନେତ୍ରୀ ଜଣଙ୍କ ଏକାଠି ଥିଲେ । କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ଏକ ପଡ଼ିଆରେ ସେମାନେ ଝଗଡ଼ା କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । କିନ୍ତୁ କ’ଣ ପାଇଁ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ତାହା ସ୍ପଷ୍ଟ ଜଣାପଡିନଥିଲା । ପରେ ସନ୍ଦିଗ୍ଧ ବ୍ୟକ୍ତି ମାନେ ସାମ୍ନାକୁ ଆସି ଘଟଣା ପଛର ସତ କହିଥିଲେ । ଏବେ ଗୁରୁଙ୍କର ହଜିଥିବା ମୋବାଇଲ ମିଳିବା ପରେ ତାଙ୍କ ମୃତ୍ୟୁ ପଛରେ ଥିବା ରହସ୍ୟ ଉନ୍ମୋଚନ ହେବ ବୋଲି କୁହାଯାଉଛି ।